‘ଡନ୍‌-୩’: ଖଳନାୟକ ଚରିତ୍ରରେ ଇମରାନ୍‌ ହାସମୀ

ବେଶ କିଛି ବର୍ଷ ପରେ ‘ଡନ୍‌-୩’ ଚର୍ଚ୍ଚା କାନରେ ପଡ଼ିଲାଣି । ଫରହାନ ଅଖତରଙ୍କ ନିର୍ଦ୍ଦେଶନାରେ ଆରମ୍ଭ ‘ଡନ୍‌-୩’ରେ ଶାହରୁଖଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବା ପାଇଁ ଲୋକମାନେ ଆଶା କରୁଥିଲେ । ମାତ୍ର ସମସ୍ତଙ୍କୁ ଚମକାଇ ‘ଡନ୍‌-୩’ରେ ପ୍ରବେଶ କରିଛନ୍ତି ରଣବୀର ସିଂ । ଶାହରୁଖଙ୍କ ବଦଳରେ ରଣବୀର!

ଲୋକଙ୍କୁ ଟିକେ ଅଡୁଆ ଲାଗୁଛି । ତେବେ ନିର୍ଦ୍ଦେଶକ ଆଶ୍ୱାସନା ଦେଇଛନ୍ତି ଯେ ସେ ଶାହରୁଖଙ୍କ ଅଭିନୟଠାରୁ ଉଚ୍ଚକୋଟୀର ଅଭିନୟ ଯାଦୁ ରଣବୀରଙ୍କ ନିକଟରୁ ବାହାର କରିପାରିବେ । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ‘ଡନ-୩’ରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ ଇମରାନ ହାସମି । ଖଳନାୟକ ଚରିତ୍ରକୁ ଶହେକୁ ଶହେ କରିବା ପାଇଁ ଇମରାନ ମନପ୍ରାଣ ଶରୀରକୁ ବାଜିରେ ଲଗାଇ ଦେଇଛନ୍ତି ।