ବେଙ୍ଗାଲୁରୁ : ଏକ କାର ଦୁର୍ଘଟଣାରେ ୭ ଜଣଙ୍କ ଶୋଚନୀୟ ମୃତ୍ୟୁବରଣ ହୋଇଛି । ଏହି ଘଟଣା ଘଟଣା ଘଟିଛି କର୍ଣ୍ଣାଟକର ଦାବନଗେରେ ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ଏକ କାର୍ ଜାତୀୟ ରାଜପଥ ଦେଇ ଦ୍ରୁତ ଗତିରେ କଲାକାଟେ ଅଭିମୁଖେ ଯାଉଥିବା ସମୟରେ ହଠାତ ଡିଭାଇଡରରେ ପିଟି ହୋଇ ଯାଇଥିଲା ।
ପୋଲିସର ସୂଚନା ଅନୁସାରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଥିଲେ ଓ ଅନ୍ୟ ଜଣେ ହସ୍ପିଟାଲ ନେବା ବାଟରେ ପ୍ରାଣ ହରାଇଥିଲେ । ସେହିପରି ସମସ୍ତ ମୃତକ ୟଦଗିର ଜିଲ୍ଲା ଶାହାପୁର ଅଞ୍ଚଳର ବୋଲି ଜଣାପଡିଛି ।