ପୁଣି ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଭୁଟାନ ଅଞ୍ଚଳରେ ଚୀନ ପକ୍ଷରୁ ଗ୍ରାମ ନିର୍ମାଣ କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଟ୍ୱିଟ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପାରଗତା ଯୋଗୁଁ ଭାରତୀୟ ଅଞ୍ଚଳକୁ ଚୀନ ମାଡ଼ିବସିଛି । ପଡୋଶୀ ଦେଶମାନଙ୍କ ପାଇଁ ମଧ୍ୟ ଭାରତ ଛିଡ଼ା ନହେବାରୁ ଚୀନ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଯିଏ ନିଜ ପାଇଁ ଛିଡ଼ା ହୋଇପାରବ ନାହିଁ ସେ ପଡୋଶୀଙ୍କ ପାଇଁ କିପରି ଛିଡ଼ା ହେବ ବୋଲି ରାହୁଲ କହିଛନ୍ତି ।

ଏକ ରିପୋର୍ଟ ଅନୁସାରେ ଭୁଟାନ ଅଞ୍ଚଳରେ ଚୀନ ପକ୍ଷରୁ ନିର୍ମାଣ କରାଯାଉଥିବା ଗ୍ରାମ ସଂଖ୍ୟା ୬ରେ ପହଞ୍ଚିଛି । ସେହିପରି ଦୁଇ ମାସରେ ଚୀନ ଆଉ ଦୁଇଟି ନୂଆ ଗ୍ରାମ ନିର୍ମାଣ କରିଛି । ଏହା ଭାରତର ସଂବେଦନଶୀଳ ଚିକେନ ନେକ୍‌ ଅଞ୍ଚଳ ନିକଟରେ ଥିବାରୁ ଆଗକୁ ଭାରତର ସୁରକ୍ଷା ପାଇଁ ଆହ୍ୱାନ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।