ରାଜ୍ୟରେ ୨୦୦ ଟପିଲା ଓମିକ୍ରନ୍‌ ମାମଲା

ଭୁବନେଶ୍ୱର : ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମକ୍ରିନ ମାମଲା ୨୦୦ ପାର କରିଛି । ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨ ଓମିକ୍ରନ୍‌ ସଂକ୍ରମିତରେ ସଂକ୍ରମିତ ହୋଇଛି । ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୦୨ରେ ପହଞ୍ôଚଛି । ସୂଚନା ଅନୁଯାୟୀ ରାଜ୍ୟରେ ପ୍ରଥମେ ଡିସେମ୍ବର ୨୧ରେ ୨ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇଥିଲେ । ପରେ ଏହା ବୃଦ୍ଧି ପାଇ ୨୦୦ ଅତିକ୍ରମ କରିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୧୨୨୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୬୧୮୦୯ଟି ଆକ୍ଟିଭ ମାମଲା ରହିଥିବା ବେଳେ ୧୦୫୨୩୯୫ଜଣ ସୁସ୍ଥ ହୋଇଛନ୍ତି ।