ଲକ୍ଷେ୍ନø: ୟୁପି ପୌରପାଳିକା, ପୌର ପରିଷଦ ଓ ନଗର ନିଗମ ନିର୍ବାଚନରେ ଓବିସିଙ୍କ ପାଇଁ କୌଣସି ଆସନ ସଂରକ୍ଷିତ ରଖିବାକୁ ଆହ୍ଲାବାଦ ହାଇକୋର୍ଟ ସଫା ମନା କରିଛନ୍ତି । କୋର୍ଟ କହିଛନ୍ତି, ଟ୍ରିପଲ ଟେଷ୍ଟ ପର୍ଯ୍ୟନ୍ତ ଓବିସିଙ୍କ ପାଇଁ ସଂରକ୍ଷିତ ଆସନ ଅନାବଶ୍ୟକ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ସହିତ ଓବିସି ପ୍ରାର୍ଥୀଙ୍କୁ ଲଢ଼ିବାକୁ ପଡ଼ିବ । ଓବିସି ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ଆସନ ଘୋଷଣା କରା ନଯିବାରୁ ଲୋକଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ସଂରକ୍ଷଣକୁ ଅପେକ୍ଷା ନକରି ତୁରନ୍ତ ନିର୍ବାଚନ ସାରିବାକୁ ହାଇକୋର୍ଟ ଆଦେଶ ପ୍ରଦାନ କରିଛନ୍ତି ।