ଜିଏସଟିକୁ ନେଇ ଲୋକସଭାରେ ହଙ୍ଗାମା

କିରିଟ ପ୍ରେମଜୀଭାଇ ସୋଲଙ୍କି ହୋହାଲା ମଧ୍ୟରେ ମହତ୍ୱପୂର୍ଣ୍ଣ କାଗଜପତ୍ର ଗୃହରେ ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ କରିଥିଲେ…..

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଲୋକସଭାରେ ବିରୋଧୀ ହଙ୍ଗାମା କାରଣରୁ କୌଣସି କାର୍ଯ୍ୟକ୍ରମ ହୋଇପାରିନାହିଁ । କଂଗ୍ରେସ, ତୃଣମୂଳ କଂଗ୍ରେସ, ଦମୁକ ଏବଂ ଅନ୍ୟ ବିରୋଧୀ ସଦସ୍ୟ ମୂଲ୍ୟବୃଦ୍ଧି ଏବଂ କିଛି ନୂଆ ବସ୍ତୁ ଉପରେ ଜିଏସଟି ଲଗାଇବା ବିରୋଧରେ ଚେୟାର ଧରି ଆସନ ଆଗକୁ ଆସିଗଲେ । କିରିଟ ପ୍ରେମଜୀଭାଇ ସୋଲଙ୍କି ହୋହାଲା ମଧ୍ୟରେ ମହତ୍ୱପୂର୍ଣ୍ଣ କାଗଜପତ୍ର ଗୃହରେ ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ କରିଥିଲେ । ତତ୍ପପରେ ଗୃହରେ ହଙ୍ଗାମା ବଢ଼ିବା ଦେଖି ସେ ବୈଠକ ବୁଧବାର ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ ।