ସ୍ବାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀର ମୃତ୍ୟୁ

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ପଞ୍ଚାୟତ ରେ ରାଇକା….

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ପଞ୍ଚାୟତ ରେ ରାଇକା ଗ୍ରାମର ସ୍ବାମୀର ନାଙ୍ଗୁମୁଣ୍ଡା କାଠଫାଳିଆ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଗ୍ରାମର ନାଙ୍ଗୁ ମୁଣ୍ଡାଙ୍କ ସ୍ତ୍ରୀ ମେନେ ମୁଣ୍ଡା (୨୬)। ସ୍ବମୀସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ କଳହ ଲାଗି ରହିଥିଲା। ୧୮ ତାରିଖ ସନ୍ଧ୍ୟା ୭ଟାବେଳେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା।ଏଥିରେ ସ୍ବାମୀ ନାଙ୍ଗୁ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ସ୍ତ୍ରୀ ମେନେଙ୍କ ମୁଣ୍ଡରେ ପ୍ରହାର କରିଥି‌ଲା। ଗୁରୁତର ଅବସ୍ଥାରେ ମେନେଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ପରେ ନାଙ୍ଗୁ ଫେରାର ହୋଇଯାଇଥିଲା। ଏନେଇ ସେରେଣ୍ଡା ପଞ୍ଚାୟତର ୱା‌ର୍ଡସଭ୍ୟା ମାନୀ ମୁଣ୍ଡା ଗତକାଲି ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ବଡ଼ବିଲ ପୁଲିସ ଅଭିଯୁକ୍ତ ନାଙ୍ଗୁକୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।