ଆମେରିକା ଅଭିଯୋଗ: ଗଲୱାନ୍ ଲଢେ଼ଇ ପରେ ଚୀନ୍ କରିଥିଲା ଗୁପ୍ତ ପରମାଣୁ ପରୀକ୍ଷଣ
ଚୀନ୍ ବିରୋଧରେ ଗମ୍ଭୀର ଅଭିଯୋଗ କରିଛି …..
ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଗମ୍ଭୀର ଅଭିଯୋଗ କରିଛି ଆମେରିକା। ଅଭିଯୋଗ କରିଛି ଯେ ଗଲୱାନ୍ ଘାଟି ସଂଘର୍ଷର କିଛିଦିନ ପରେ ଚୀନ୍ ଏକ ଗୁପ୍ତ ପରମାଣୁ ପରୀକ୍ଷଣ କରିଥିଲା। ଆମେରିକାର ଏହି ଅଭିଯୋଗ ଦୁଇ ଦେଶ ମଧ୍ୟରେ ଉତେଜନାକୁ ବୃଦ୍ଧି କରିଛି। ଚୀନ୍ ଏବେ ଏହାର ଜବାବ ଦେଇଛି। ଆମେରିକା କହିଛି ଯେ ଚୀନ୍ ୨୨ ଜୁନ୍ ୨୦୨୦ ପରେ ଏକ ଗୁପ୍ତ ପରମାଣୁ ପରୀକ୍ଷଣ କରିଥିଲା। ଗଲୱାନ୍ ଘାଟିରେ ଭାରତ-ଚୀନ ଲଢେ଼ଇରେ ୨୦ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ। ଜେନେଭା ନିରସ୍ତ୍ରୀକରଣ ସମ୍ମିଳନୀରେ ଆମେରିକାର ଉପ-ସଚିବ ଥମାସ୍ ଡିନାନୋ କହିଛନ୍ତି, ‘ମୁଁ ଏହା କହିପାରିବି ଯେ, ଚୀନ୍ ପକ୍ଷରୁ କରାଯାଇଥିବା ପରମାଣୁ ପରୀକ୍ଷଣ ବିଷୟରେ ଆମେରିକା ସବୁ କିଛି ଜାଣେ। ଚୀନ୍ ସେନା ପରମାଣୁ ବିସ୍ଫୋରଣକୁ ଲୁଚାଇବାକୁ ଚେଷ୍ଟା କରିଥିଲା କାରଣ ସେମାନେ ଜାଣିଥିଲେ ଯେ ଏହି ପରୀକ୍ଷଣଗୁଡ଼ିକ ନିଷିଦ୍ଧ କାର୍ଯ୍ୟକଳାପ। ଆମେରିକାର ପରମାଣୁ ଅସ୍ତ୍ରଶସ୍ତ୍ର ପରମାଣୁ ଚୁକ୍ତିର ସୀମା ମଧ୍ୟରେ ରହିଛି। ସେଭଳି ରୁଷର ବହୁତ ବଡ଼ ଭଣ୍ଡାରର କେବଳ ଛୋଟ ଅଂଶରେ କଟକଣା ଲଗାଯାଇଛି। ଏହା ବ୍ୟତୀତ, ନ୍ୟୁ ଷ୍ଟାର୍ଟ ଚୁକ୍ତିନାମା ଚୀନର କୌଣସି ପରମାଣୁ ଅସ୍ତ୍ରକୁ ଅନ୍ତର୍ଭୁକ୍ତ କରିନାହିଁ। ସେ ରଣନୈତିକ ସ୍ଥିରତା ଏବଂ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପାଇଁ ଆମେରିକାର ଦୀର୍ଘକାଳୀନ ଦାବିକୁ ପୁନର୍ବାର ଦୋହରାଇଥିଲେ।
ଚୀନ୍ ଆମେରିକା ଅଭିଯୋଗର ସିଧାସଳଖ ଜବାବ ଦେଇଛି। ଚୀନ୍ ରାଷ୍ଟ୍ରଦୂତ ସେନ୍ ଜିଆନ୍ କହିଛନ୍ତି ଅସ୍ତ୍ରଶସ୍ତ୍ର ବଢାଇବା ଦିଗରେ ଆମେରିକା ସବୁଠାରୁ ବଡ଼ ଦୋଷୀ। ୨୦୩୦ ସୁଦ୍ଧା ଚୀନ୍ ପାଖରେ ୧୦୦୦ରୁ ଅଧିକ ପରମାଣୁ ଅସ୍ତ୍ର ରହିବ। ସେ କହିଛନ୍ତି ଯେ ତାଙ୍କ ଦେଶ ଆମେରିକା ଏବଂ ରୁଷ ମଧ୍ୟରେ ଏହି ନୂତନ ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ। ଆମ ପାଖରେ ପ୍ରାୟ ୬୦୦ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି, କିନ୍ତୁ ରୁଷ ଓ ଆମେରିକା ପାଖରେ ୪୦୦୦ରୁ ଅଧିକ ଅଛି। ‘ନ୍ୟୁ ଷ୍ଟାର୍ଟ’ ଚୁକ୍ତିନାମା ଆମେରିକା ଏବଂ ରୁଷ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଉଭୟ ଦେଶ କ୍ଷେପଣାସ୍ତ୍ର ଓ ଯୁଦ୍ଧାସ୍ତ୍ର ସୀମିତ କରିବାକୁ ରାଜି ହୋଇଥିଲେ। ଚୁକ୍ତିନାମା ୨୦୨୧ରେ ଶେଷ ହେବାର ଥିଲା, କିନ୍ତୁ ତାକୁ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା।