ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ସୀମା ବିବାଦକୁ ନେଇ ଆମେରିକାର ବଡ ବୟାନ । ଆମେରିକା ଓ ନାଟୋ ୟୁକ୍ରେନକୁ ସାମରିକ ଓ ଆର୍ଥିକ ସାହାଯ୍ୟ କରୁଛି । ଯାହାକୁ ନେଇ ଚିନ୍ତାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତେବେ ଦରକାର ହେଲେ ୟୁକ୍ରେନକୁ ସୈନ୍ୟ ପଠାଇବ କହିଛି ଆମେରିକା । ଏକ ସାଟେଲାଇଟ୍ ଫଟୋ ଅନୁସାରେ, ରୁଷ କ୍ରିମିୟାର ପଶ୍ଚିମ ପ୍ରାନ୍ତରେ ଫାର୍ସ ଓ ଅସ୍ତ୍ରଶସ୍ତ୍ର ମୁତୟନ କରିଛି । ଯାହାକୁ ନେଇ ଆମେରିକାର ଚିନ୍ତା ବଢିଛି । ଏ ଖବରକୁ ନେଇ ଆମେରିକା ସଚିବ କହିଛନ୍ତି ଯେ, ୟୁକ୍ରେନକୁ ସାହାଯ୍ୟ କରିବା ଜାରି ରହିବ । ୟୁକ୍ରେନକୁ ନାଟୋରେ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଯଦି ରୁଷି ଆକ୍ରମଣ କରେ ତେବେ ଆମେରିକା ଚୁପ୍ ବସିବନି ।