ଦିନିକିଆ ଅଧିନାୟକ ପଦ ଛାଡିବାକୁ କୋହଲିଙ୍କୁ ଦିଆଯାଇଥିଲା ୪୮ ଘଣ୍ଟା!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦ ଛାଡିବାକୁ ୪୮ ଘଣ୍ଟାର ମହଲତ ଦେଇଥିଲା । ମାତ୍ର କୋହଲି ଅଧିନାୟକ ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ । ଯାହା ଫଳରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନୟକ ପଦରୁ ହଟାଇ ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି । ପୂର୍ବରୁ ଟି-୨୦ ଦଳର ଅଧିନାୟକ ପଦ ଛାଡି ସାରିଛନ୍ତି କୋହଲି ।

ଏବେ ଯେଉଁ ସମୟରେ ଭାରତ ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରୁ ବିଦା ହେଲା, ସେହି ସମୟରେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ବିସିସିଆଇ ଯୋଜନା କରିଥିଲା । ବିସିସିଆଇ ଚାହୁଁଥିଲା ଯେ, କୋହଲି ନିଜ ଆଡୁ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ । କିନ୍ତୁ ସେମିତି ହୋଇନଥିଲା । ଫଳରେ ବିସିସିଆଇ ନିଜ ଆଡୁ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରେ ନିଯୁକ୍ତି ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବିରାଟ କୋହଲି ନିଜ ମନ ମୁତାବକ ଦଳକୁ ସଞ୍ଚାଳନ କଲେ । ତାଙ୍କ ବିନା ପରାମର୍ଶରେ ଚୟନକର୍ତ୍ତା ଦଳ ଚୟନ କରୁନଥିଲେ ।

କୋହଲି ସବୁ ର୍ମାଟରେ ଦଳକୁ ବହୁତ ଭଲ ସଫଳତା ଦେଇଛନ୍ତି । କିନ୍ତୁ ଆଇସିସି ଟ୍ରଫି ନଜିତାଇ ପାରିବା ତାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠି ଆସିଛି । ସେହିପରି ହେଡ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଧରି ଦଳକୁ ନିଜ ମନ ମୁତାବକ ସଞ୍ଚାଳନ କରୁଥିବା କୋହଲିଙ୍କ କାର୍ଯ୍ୟକଳାପ ଉପରେ ଗାଙ୍ଗୁଲି ଆସିବା ପରେ ବ୍ରେକ୍‌ ଲାଗିଛି ।