ନୂଆଦିଲ୍ଲୀ:ଆମେରିକାର ଟିଭି ଚ୍ୟାନେଲଗୁଡ଼ିକ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଇଭ ଭାଷଣକୁ ଅଧାରୁ ବନ୍ଦ କରିଛନ୍ତି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସରିଯାଇଛି । ଫଳାଫଳ ଆସିବା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତିକୁ ନେଇ ଜୋ ବାଇଡେନ୍ ବହୁତ ଆଗରେ ଥିବାରୁ ଟ୍ରମ୍ପ ପୁଣି ଥରେ ଗଣତି କରିବାକୁ ଦାବି କରିଥିଲେ। ଏହା ସହ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତେବେ କୌଣସି ପ୍ରମାଣ ନଥାଇ ଟ୍ରମ୍ପ ବାରମ୍ବାର ଏଭଳି ଅଭିଯୋଗ କରୁଥିବାରୁ ଆମେରିକାର ଟିଭି ଚ୍ୟାନେଲଗୁଡ଼ିକ ତାଙ୍କ ଲାଇଭ ଭାଷଣକୁ ଅଧାରୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ, ନିର୍ବାଚନ ଶେଷ ହେବା ପରେ ବାଇଡେନଙ୍କୁ ଖୁବ ଆଗରେ ଦେଖି ହ୍ବାଇଟ ହାଉସରେ ସାମ୍ବାଦିକମାନଙ୍କୁୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଏହି ସମୟରେ ସେ ଡେମୋକ୍ରାଟ ପାର୍ଟି ଉପରେ ନିର୍ବାଚନ ଜିତିବା ପାଇଁ ବେଆଇନ ଭାବେ ଭୋଟ ହାତଉଥିବା ନେଇ ଆରୋପ ଲଗାଇଥିଲେ। କୌଣସି ପ୍ରମାଣ ନଥାଇ ଟ୍ରମ୍ପ ଏଭଳି କହୁଥିବାରୁ ଆମେରିକା ଟିଭି ଚ୍ୟାନେଲଗୁଡ଼ିକ ଲାଇଭକୁ ଅଧାରୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି।