ମହଙ୍ଗା ହେବ ବିଭିନ୍ନ ସାମଗ୍ରୀ!

ୟୁକ୍ରେନ ଯୁଦ୍ଧ ଲାଗି ଦେଶରେ ବିଭିନ୍ନ ସାମଗ୍ରୀ ମହଙ୍ଗା ହେବାରେ….

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଲାଗି ଦେଶରେ ବିଭିନ୍ନ ସାମଗ୍ରୀ ମହଙ୍ଗା ହେବାରେ ଲାଗିଛି । ସେହିପରି ଆଉ କେତେକ ସାଧାରଣ ସାମଗ୍ରୀର ଦରବୃଦ୍ଧି ପାଇଁ ସରକାର ବିଚାର କରୁଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ୧୪୩ଟି ସାମଗ୍ରୀ ଉପରେ ଜିଏସଟି ହାର ବୃଦ୍ଧି କରି ସେଗୁଡ଼ିକର ଦରବୃଦ୍ଧି ପାଇଁ ସରକାର ରାଜ୍ୟମାନଙ୍କର ପରାମର୍ଶ ଲୋଡିଛନ୍ତି । ଆସନ୍ତା ମାସରେ ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଏ ନିଷ୍ପତ୍ତି ନିଆଯିବ । ସୂଚନା ମୁତାବକ ୧୪୩ଟି ସାମଗ୍ରୀ ମଧ୍ୟରୁ ୯୨ଟି ସାମଗ୍ରୀକୁ ୧୮ରୁ ୨୮ ପ୍ରତିଶତ ଜିଏସଟି ସ୍ଲାବକୁ ପରିବର୍ତ୍ତନ କରାଯିବାର ଯୋଜନା ରହିଥିବା ଜଣାପଡିଛି ।