ମୁମ୍ବାଇ: ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସିକ୍ସ ସେନ୍ସ ଫୋର୍ଟରେ ବିବାହ ପରେ ମୁମ୍ବାଇ ଫେରିଛନ୍ତି । ସୂଚନା ଅନୁଯାୟୀ ଉଭୟ ଦମ୍ପତ୍ତି ଆସନ୍ତା ଡିସେମ୍ବର ୨୦ରେ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ୍ କରିବେ । କ୍ୟାଟ୍ରିନା ଓ ତାଙ୍କ ପରିବାର ଖ୍ରୀଷ୍ଟମାସକୁ ଧୁମଧାମର ସହିତ ପାଳନ କରନ୍ତି । ତେଣୁ ଭିକି-କ୍ୟାଟ୍ରିନା ଏଥର ଖ୍ରୀଷ୍ଟମାସ ସାଙ୍ଗ ହୋଇ ପାଳନ କରିବେ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ଖ୍ରୀଷ୍ଟମାସ ପୂର୍ବରୁ ଗ୍ରାଣ୍ଡ୍ ୱେଡିଂ ରିସେପ୍ସନ୍ କରିବେ । ଅନ୍ୟପକ୍ଷରେ କୋଭିଡ ଗାଇଡଲାଇନ ଅନୁଯାୟୀ ଏହି ରିସେପ୍ସନ ପାର୍ଟି ହେବ । ଏହି ଗ୍ରାଣ୍ଡ୍ ୱେଡିଂ ରିସେପ୍ସନ୍ ପାର୍ଟିରେ ବହୁ ବଡ ବଡ ଅଭିନେତା ଓ ଅଭିନେତ୍ରୀ ଯୋଗଦେବେ ବୋଲି ଜଣାପଡିଛି ।