ସୁଟର କୋନିକା ଲାୟକଙ୍କ ଆତ୍ମହତ୍ୟା: ସୋନୁ ଦେଇଥିଲେ ଜର୍ମାନ ରାଇଫଲ

କୋଲକାତା: ସୁଟର କୋନିକା ଲାୟକଙ୍କ ଆତ୍ମହତ୍ୟା କରିଛନ୍ତି । କୋଲକାତାରେ ରହୁଥିବା ହଷ୍ଟେଲରୁ କୋନିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଝାଡଖଣ୍ଡରେ ଜନ୍ମଗ୍ରହଣ କରିଥିବା ସୁଟର କୋନିକା ଲାୟକ ଚର୍ଚ୍ଚାକୁ ଆସିଥିଲେ । ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କୁ ୨.୭୦ ଲକ୍ଷ ଟଙ୍କାର ଜର୍ମାନ ରାଇଫଲ ଦେଇଥିଲେ । ସୂଚନା ଅନୁସାରେ କୋନିକା କୋଲକାତାର ରହି ଟ୍ରେନିଂ ନେଉଥିଲେ ବୋଲି ଜଣାପଡିଛି ।

ସୁଟର କୋନିକା ରାଜ୍ୟ ସ୍ତରରେ ଚାରିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କର ରାଇଫଲ ନଥିବାରୁ ସେ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସକ୍ଷମ ହୋଇନଥିବା ବେଳେ ସେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ । କୋନିକାଙ୍କ ଟ୍ୱିଟ ଦେଖିବା ପରେ ସୋନୁ ସୁଦ ତାଙ୍କୁ ୨.୭୦ଲକ୍ଷ ଟଙ୍କାର ରାଇଫଲ ଦେଇଥିଲେ । ସୋନୁ ଟ୍ୱିଟ କରିଥିଲେ ଯେ, ମୁଁ ତୁମକୁ ରାଇଫଲ ଦେବି କିନ୍ତୁ ତୁମେ ଦେଶକୁ ମେଡାଲ ଦେବ । ହେଲେ ଏବେ ଦେଶକୁ ମେଡାଲ ଦେବା ପାଇଁ ଆଉ ନାହାନ୍ତି କୋନିକା । ତାଙ୍କ ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।