ମୁମ୍ବାଇ: ବିକି କୌଶଲ ଓ କ୍ୟାଟ୍ରିନା କୈଫ ବିବାହ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏହି ଚର୍ଚ୍ଚା ଭିତରେ ଆଉଏକ ବିଷୟରେ ସୂଚନା ଶୁଣିବାକୁ ମିଳୁଛି । ବିକି କୌଶଲଙ୍କ ମା କ୍ୟାଟ୍ରିନା କୈଫଙ୍କ ପାଇଁ ଏକ ବିଶେଷ ଉପହାର ପଠାଇଥିବାର ଖବର ମିଳିଛି । ବଲିଉଡର ଏହି କପଲ ସେମାନଙ୍କ ପ୍ରେମ କାହାଣୀ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ଏହି ସମୟରେ ବିକିଙ୍କ ମା କ୍ୟାଟଙ୍କ ପାଇଁ କିଛି ଉପହାର ସହ ତାଙ୍କ ଭବିଷ୍ୟତର ବୋହୂକୁ ଶାଗୁନ୍ର ପଠାଇଛନ୍ତି । ବିକିଙ୍କ ମାଙ୍କ ଦ୍ୱାରା ପଠାଯାଇଥିବା ଗିଫ୍ଟରେ ବିକି କୌଶଲଙ୍କ ମା ତାଙ୍କ ହାତରେ ତିଆରି ଡାର୍କ ଚକୋଲେଟ୍, ଅଳଙ୍କାର ଏବଂ ସାଢୀ ସହିତ କିଛି ସ୍ନାକ୍ସ ଇତ୍ୟାଦି ଉପହାର ଦେଇଛନ୍ତି ।