ଭାରତୀୟଙ୍କୁ ଭିସାମୁକ୍ତ ଇରାନ୍‌ ପରିଭ୍ରମଣ ଅନୁମତି

ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଇରାନ୍‌ ଭାରତକୁ ଉପହାର  ସ୍ୱରୂପ ଭିସାମୁକ୍ତ ପରିଭ୍ରମଣ ଅନୁମତି ପ୍ରଦାନ କରିଛି ।ଇରାନକୁ ଯେପରି ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଯିବେ, ସେଥିପାଇଁ ସେଠାକାର ସରକାର ଭିସାମୁକ୍ତ ପର୍ଯ୍ୟଟନ ଶୁଭାରମ୍ଭ କରିଛନ୍ତି । ମାଲେସିୟା ଓ ଶ୍ରୀଲଙ୍କା ମଧ୍ୟ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ ପରିଭ୍ରମଣ ଅନୁମତି ପ୍ରଦାନ କରିଛି ।

ଭାରତର ବିଦେଶ ବ୍ୟାପାର ବିଭାଗ ସୂଚନା ମୁତାବକ ବହୁପୂର୍ବରୁ ଭାରତ-ଇରାନ ମଧ୍ୟରେ ଭିସାମୁକ୍ତ ବୁଝାମଣା ହୋଇସାରିଛି ।  ତଦନୁସାରେ ଇରାନରେ ଭାରତୀୟ ରାଜଦୂତଙ୍କ ପାଇଁ ଭିସା ଛାଡ଼ କରାଯାଇଛି । ତେବେ ପ୍ରଥମ ଥର ଇରାନ ସରକାର ଭାରତୀୟ      ପାସପୋର୍ଟ ଧାରୀଙ୍କୁ ଭିସାମୁକ୍ତ ତାଲିକାରେ ସାମିଲ କରିଛି ।