ମୁମ୍ବାଇ : ୨୦୨୨ର ଆଇପିଏଲ ମୁଖ୍ୟ ପ୍ରାୟୋଜକ ବା ସ୍ପନସରଭାବେ ଭିଭୋକୁ ଆଉ ଦେଖିବାକୁ ମିଳିବନାହିଁ । ଭିଭୋର ସ୍ଥାନ ନେବ ଭାରତୀୟ କମ୍ପାନି ଟାଟା । ଏ ନେଇ ସୂଚନା ଦେଇଛନ୍ତି ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଟାଟା ୨୦୨୨ ଓ ୨୦୨୩ ପାଇଁ ମୁଖ୍ୟ ପ୍ରାୟୋଜକ ରହିବ ।
ସୂଚନାଯୋଗ୍ୟ ଯେ, ଭିଭୋ ୨୦୧୮-୨୦୨୨ ପର୍ଯ୍ୟନ୍ତ ସ୍ପନ୍ସର ଭାବେ ବିସିସିଆଇ ସହ ଚୁକ୍ତି କରିଥିଲା । କିନ୍ତୁ ଚୁକ୍ତି ଶେଷ ହେବାର ଗୋଟିଏ ବର୍ଷ ପୂର୍ବରୁ ଓହରିଯାଇଛି ଏହି ଚାଇନିଜ୍ କମ୍ପାନି ।