ନିର୍ବାଚନ ପୂର୍ବରୁ ବିଜେପି ଛାଡି ସପାରେ ମିଶିଲେ ମନ୍ତ୍ରୀ

ୟୁପି: ଉତ୍ତରପ୍ରଦେଶରେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି । ଯୋଗୀ ସରକାରରେ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ମିଶିଛନ୍ତି ।

ପୂର୍ବରୁ ମଧ୍ୟ ୨୦୧୭ ବିଧାନସଭା ନିର୍ବାଚନ ଏସପି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହାପୂର୍ବରୁ ସେ ବିଏସପି ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଏବଂ ପରେ ମାୟାବତୀଙ୍କୁ ଛାଡି ଏସପିରେ ଯୋଗ ଦେଇଥିଲେ । ଏନେଇ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜେ ଟ୍ୱିଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି ।