କୋଲକାତା: ସନ୍ଦେଶଖାଲି ହିଂସାକାଣ୍ଡ ସଂପର୍କରେ ଗଣମାଧ୍ୟମକୁ ବିବୃତି ଦେଉଥିବା ସମୟରେ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯିବାରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର । ବସିରହାଟର ଏକ ବହୁମୁଖୀ ସେବା ପ୍ରଦାନକାରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।
ସନ୍ଦେଶଖାଲି ଅଂଚଳରେ ଟିଏମସି ନେତା ଶାହାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ କିଛି ମହିଳାଙ୍କ ପ୍ରତି ଅସଦାଚରଣ କରିଥିଲେ ଯାହାକୁ କେନ୍ଦ୍ର କରି ସଂପୃକ୍ତ ଅଂଚଳର ମହିଳା ସଂଗଠନ ଅହୋରାତ୍ର ଧାରଣାରେ ବସିଛନ୍ତି ।
ମହିଳାମାନେ ହାତରେ ଚପଲ ଧରି ସନ୍ଦେଶଖାଲି ଅଂଚଳର ପ୍ରତିଟି ଗଳିରେ ଶୋଭାଯାତ୍ରା କରି ଅଭିଯୁକ୍ତ ଟିଏମସି ନେତା ଶାହାଜାହାନଙ୍କ ଗିରଫଦାରି ଦାବି କରିଛନ୍ତି ।