ମହିଳାମାନେ କିଛି ନପିନ୍ଧିଲେ ସୁନ୍ଦର ଦିଶନ୍ତି: ରାମଦେବ

ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମଲିୱଲ..

ପୁଣେରେ ଅନୁଷ୍ଠିତ ଏକ ଯୋଗ ଶିବିରରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସଙ୍କ ପତ୍ନୀ ଅମୃତା ଉପସ୍ଥିତ ଥିବା ସମୟରେ ବାବା ରାମଦେବ ମହିଳାଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ମାଲିୱଲଙ୍କ ସମାଲୋଚନାର ଶରବ୍ୟ ହୋଇଛନ୍ତି ।

ସଭାମଂଚରୁ ତଳେ ବସିଥିବା ଲୋକଙ୍କ ଉପରେ ଆଖି ବୁଲାଇ ଆଣିବା ପରେ ରାମଦେବ କହିଲେ, ସାମ୍ନାରେ ବସିଥିଲା ବାଲାଙ୍କୁ ଶାଢ଼ୀ ମିଳିଗଲା । ପଛରେ ବସିଥିଲା ବାଲାଙ୍କୁ ଶାଢ଼ୀ ମିଳିଲାନି । ମହିଳାମାନେ ଶାଢ଼ୀ ପିନ୍ଧିଲେ ସୁନ୍ଦର ଦିଶୁଛନ୍ତି । ସାଲୱାର-ସୁଟ ପିନ୍ଧି ଅମୃତାଜୀଙ୍କ ଭଳି ସୁନ୍ଦର ଦିଶୁଛନ୍ତି । ମୋ ଭଳି କିଛି ନ ପିନ୍ଧିଥିଲେ ଆହୁରି ସୁନ୍ଦର ଦିଶୁଛନ୍ତି । ପିଲାମାନେ କ’ଣ ପୋଷାକ ପିନ୍ଧୁଛନ୍ତି? ଆମେ ୮/୧୦ ବର୍ଷ ବୟସ ପର୍ଯ୍ୟନ୍ତ ଲଙ୍ଗଳା ହୋଇ ଖେଳୁଥିଲୁ, ବୁଲୁଥିଲୁ । ଲୋକଲାଜକୁ ସମସ୍ତେ ପୋଷାକ ପିନ୍ଧୁଛନ୍ତି ।
baba_ramdev
ରାମଦେବଙ୍କ ଏପରି ବୟାନରେ ରାଗି ଯାଇଛନ୍ତି ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମଲିୱଲ । ସେ କହିଛନ୍ତି, ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପତ୍ନୀ ଅମୃତାଙ୍କ ଉପସ୍ଥିତିରେ ରାମଦେବ ଯାହା କହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ସେଭଳି ମନ୍ତବ୍ୟ ଦେଇ ରାମଦେବ ସଂପୂର୍ଣ୍ଣ ମହିଳା ଜାତିକୁ ଅପମାନିତ କରିଛନ୍ତି । ଏଭଳି ଭୁଲ ପାଇଁ ରାମଦେବ କ୍ଷମା ମାଗିବା ଉଚିତ ।