ମା’ର ଚୁଟି ଟାଣି ଲହୁଲୁହାଣ କଲା ପୁଅ, ଦେଖନ୍ତୁ ଭିଡିଓ…

ଭିଡିଓରେ ଦେଖିବାକୁ ମିଳିଛି ଯେ..

ମହାରାଜଗଞ୍ଜ: ସାମାନ୍ୟ କଥାରେ ମା’କୁ ମାରିବା ଯେପରି ପୁଅଝିଅଙ୍କର ଜନ୍ମଗତ ଅଧିକାର । ବିଚ୍‌ ରାସ୍ତାରେ ମା’ର ଚୁଟି ଧରି ଟଣାଓଟରା କରିବା ସହିତ ଗୋଇଠା ଓ ବିଧା ମାଡ଼ରେ ଲହୁଲୁହାଣ କରିଛି ଜଣେ ଯୁବକ । ସଂପୃକ୍ତ ବରିଷ୍ଠ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।

ୟୁପିର ମହାରାଜଗଞ୍ଜ ଜିଲ୍ଲାର ଘଟଣା। ଯୁବକଙ୍କର ଗୋଟିଏ ଗହଣା ଦୋକାନ ଅଛି । ପୀଡ଼ିତା ମା’ ଜମି ଭାଗ ଲଗାଇ ଯାହା ପାଆନ୍ତି, ସେତିକିରେ ପେଟ ପୋଷନ୍ତି । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ଜମି ଭାଗ ବାବଦକୁ ଆଗୁଆ ଟଙ୍କା ନେଇଯାଇଛି । ବିଚରା ପୁଅକୁ ଟଙ୍କା ମାଗିଲେ । ବାସ୍‌ ସେତିକିରେ ପୁଅ ପ୍ରଚଣ୍ଡ ରାଗିଗଲା । ମା’ର ଚୁଟିକୁ ଧରି ଘର ଭିତରୁ ରାସ୍ତାକୁ ଟାଣି ପ୍ରବଳ ମାଡ଼ ମାରିଲା । ମା’ଙ୍କୁ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଛି ।


ଭିଡିଓରେ ଦେଖିବାକୁ ମିଳିଛି ଯେ ପୀଡ଼ିତା ମା’ଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ହସ୍ତକ୍ଷେପ କରି ଅଭିଯୁକ୍ତ ଯୁବକଙ୍କଠାରୁ ମାଡ଼ ଖାଉଛି । ଆଖପାଖରୁ କିଛି ଲୋକ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କ କ୍ରୋଧର ଶିକାର ହୋଇଛନ୍ତି । shaksinews.com