ଶ୍ରଦ୍ଧା ହତ୍ୟାକାଣ୍ଡ: ବାକି ଅଛି ଏକମାତ୍ର ନାର୍କୋ ଟେଷ୍ଟ୍‌

ଜଙ୍ଗଲରୁ ସମୁଦ୍ରତଟ ବୁଲିଲା, କିଛି ପାଇଲାନି ପୁଲିସ….

ନୂଆଦିଲ୍ଲୀ : ଶ୍ରଦ୍ଧା ୱାଲକର । ଖୋଲା ମିଞ୍ଜାସର ଝିଅଟିଏ । ଜୀବନର ପ୍ରତିଟି ମୁହୂର୍ତକୁ ମନଭରି ଉପଭୋଗ କରିବାକୁ ଚାହିଁଥିଲା । ମାତ୍ର ପ୍ରେମ, ଘୃଣା ଓ ହତ୍ୟା ଷଡ଼ଯନ୍ତ୍ରରେ ଘାଂଟିଚକଟି ହୋଇ ୩୫ ଖଣ୍ଡ ହୋଇଗଲା । ଆଜି ତା’ର ପ୍ରତିଟି ଅଂଗ ନ୍ୟାୟ ପାଇଁ ବିକଳ ଚିକ୍ରାର କରୁଛି । ପୁଲିସର ପ୍ରଶ୍ନଜାଲ ଭିତରେ ରହିଯାଇଛି ଶ୍ରଦ୍ଧା ହତ୍ୟାକାଣ୍ଡର ପ୍ରତିଟି ଉତର । ପୁଲିସକୁ ଭୂଅାଁ ବୁଲାଇ ଚାଲିଛି ଅଭିଯୁକ୍ତ ଅଫତାବ । ସଂକ୍ଷେପରେ କହିଲେ, ଶ୍ରଦ୍ଧା ହତ୍ୟାକାଣ୍ଡ ପୁଲିସ ପାଇଁ ଗୋଟିଏ ଚାଲେଞ୍ଜ ପାଲଟିିଛି ।

ଦୋଷୀ ମୁହଁରୁ ସତ ବାହାର କରିବା ପାଇଁ ପୁଲିସକୁ ନାନା ଉପାୟ ଅବଲମ୍ବନ କରିବାକୁ ପଡୁଛି । ପାଂଚଟି ରାଜ୍ୟର ବିଭିନ୍ନ ସହରରେ ଦିଲ୍ଲୀ ପୁଲିସର ବହୁ ଟିମ୍‌ ଡେରା ପକାଇଛନ୍ତି । ଚାଲାକ ଅଫତାବକୁ ମୁଖ୍ୟ ଅପରାଧୀ ଭାବେ ସଜାଇବା ପାଇଁ ପୁଲିସ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ । ଗତ ୧୫ ଦିନ ଧରି ପୁଲିସ ଆଖିରୁ ନିଦ ହଜିଯାଇଛି । ଅଫତାବକୁ ଆଇନ ଜାଲରେ ପକାଇବା ପାଇଁ ପୁଲିସ ଜଙ୍ଗଲରୁ ଆରମ୍ଭ କରି ସମୁଦ୍ର ତଟ ପର୍ଯ୍ୟନ୍ତ ଧାଇଁଛି । ୨୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଲାଣି ।

ପଲିଗ୍ରାଫ୍‌ ଟେଷ୍ଟରେ ଅଫତାବ ଭାରି ଚାଲାକ ଜଣାପଡ଼ିଛି । ପୁଲିସର ସବୁ ପ୍ରଶ୍ନକୁ ସତର୍କତାର ସହ ଜବାବ ଦେଇଛି । କେତେକ ପ୍ରଶ୍ନରେ ନିରବ ରହିଛି । କେତେକ ପ୍ରଶ୍ନକୁ ଏଡ଼ାଇ ଦେଇଛି । କେତେକ ପ୍ରଶ୍ନକୁ ହସି ଦେଇ ନିରବ ରହିଛି । ପୁଲିସର କୌଣସି ପ୍ରଶ୍ନରେ ସାମାନ୍ୟ ବିବ୍ରତବୋଧ କରିନି ଅଫତାବ । ଏଭଳିକି ଗୋଟିଏ ପ୍ରଶ୍ନରେ ସେ ଚଳଚ୍ଚିତ୍ର ‘ଦୃଶ୍ୟମ-୨’ କଥା କହିଛି । ଦିଲ୍ଲୀ ପୁଲିସ ଶ୍ରଦ୍ଧାଙ୍କର କିଛି ଦେହାବଶେଷ, ମୃତଦେହକୁ କଟା ଯାଇଥିବା କରତି, ଶ୍ରଦ୍ଧାଙ୍କ କଟାମୁଣ୍ଡ, ମୋବାଇଲ ଓ ମୃତ ସମୟରେ ପିନ୍ଧିଥିବା ପୋଷାକ ତଲାସ କରୁଛି । ପୁଲିସ ଅଫତାବର ଗୁରୁଗ୍ରାମସ୍ଥିତ ଅଫିସ ନିକଟରେ ଥିବା ଜଙ୍ଗଲକୁ ମଧ୍ୟ ତଲାସ କରୁଛି । ସୂରଜକୁଣ୍ଡରୁ ଶ୍ରଦ୍ଧାଙ୍କ ମୃତଦେହର କିଛି ଟୁକୁଡ଼ା ମିଳିଛି ।

ଦିଲ୍ଲୀ ପୁଲିସ ମୁମ୍ବାଇରେ ପହଂଚି ସମୁଦ୍ର ତଟ ତଲାସ କରୁଛି । ଅଫତାବ ଶ୍ରଦ୍ଧାଙ୍କ ମୋବାଇଲକୁ ସମୁଦ୍ରରେ ପକାଇଥିବା ପୁଲିସ ସନ୍ଦେହ କରୁଛି । ଏକାଧିକବାର ଖୋଜିଲେ ମଧ୍ୟ ପୁଲିସ ହାତ ଫାଙ୍କା । ଅଫତାବର କିଛି ସହପାଠୀଙ୍କୁ ପୁଲିସ ଜେରା କରିଛି । ଦିଲ୍ଲୀ ପୁଲିସର ଗୋଟିଏ ଟିମ ହିମାଚଳ ପ୍ରଦେଶର କୁଲ୍ଲୁ ସ୍ଥିତ ତୋଷ ଗାଁକୁ ଯାଇ ତଲାସି କରୁଛି । ତୋଷ ଗାଁରେ ଅବସ୍ଥିତ ଗେଷ୍ଟ ହାଉସ୍‌ ମାଲିକଙ୍କୁ ମଧ୍ୟ ପୁଲିସ ଜେରା କରିଛି ।

ଦିଲ୍ଲୀକୁ ଯିବା ପୂର୍ବରୁ ଏପ୍ରିଲ ୬ ତାରିଖରେ ଅଫତାବ ଓ ଶ୍ରଦ୍ଧା ଉକ୍ତ ଗେଷ୍ଟ ହାଉସ୍‌ରେ ରହିଥିଲେ । ପୁଲିସ ଉକ୍ତ ଗେଷ୍ଟ ହାଉସରୁ ଅଫତାବ ପଇଠ କରିଥିବା ଅନ୍‌ ଲାଇନ୍‌ ରସିଦ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଛି । ଶ୍ରଦ୍ଧା ଜୀବିତ ଥିଲାବେଳେ ସୋସିଆଲ ମିଡିଆରେ ଏକ ରିଲ ସେୟାର କରିଥିଲେ ଯାହା ଋଷିକେଶର ଗୋଟିଏ ସ୍ଥାନ । ଦିଲ୍ଲୀ ପୁଲିସ ସେଠାରେ ପହଂଚି ପ୍ରମାଣ ସଂଗ୍ରହ କରୁଛି । ଇତିମଧ୍ୟରେ ପୁଲିସ ଉତରାଖଣ୍ଡର