କେନ୍ଦୁଝର ଜିଲ୍ଲା ସଡକ ଦୁର୍ଘଟଣାରେ,ଜଣେ ମୃତ, ଜଣେ ଗୁରୁତର

ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ମୃତାହତ ଙ୍କୁ ଉଦ୍ଧାର….

କେନ୍ଦୁଝର : ଯୋଡ଼ା-ବଡ଼ବିଲ ମୁଖ୍ୟରାସ୍ତା ସେରେଣ୍ଡା ମା ତାରିଣୀ ମନ୍ଦିର ନିକଟରେ ଏକ ବୋଲେରୋ ଓ ଏକ ହାଇୱା ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି l ଅନ୍ୟ ଜଣଙ୍କୁ ଗୁରୁତ୍ୱର ଅବସ୍ଥାରେ କଟକ ସ୍ଥାନାନ୍ତରଣ କରାଯାଇଥିବା ଜଣା ପଡିଛି l ଘଟଣାରୁ ଜଣା ପଡିଛି ଯେ ରବିବାର ଭୋର ପ୍ରାୟ ୨ ଘଟିକା ସମୟରେ ସାକ୍ଷମ ସଦାନନ୍ଦ, ହର ଶଙ୍କର ଓ ଲୋକେଶ ପାୱାର ନାମଙ୍କ ତିନି ଜଣ ଯୁବକ ODO9P3489 ନମ୍ବର ବିଶିଷ୍ଟ ଏକ ବୋଲେରୋ ଯୋଗେ ଯୋଡ଼ା ରୁ ବଡ଼ବିଲ ଅଭିମୁଖେ ଯାଉଥିଲେ l

ତେବେ ବୋଲେରୋ ଗାଡିଟି ରାସ୍ତାରେ ଥିବା ଦିଭାଇଡର ର ଡାହାଣ ପାର୍ଶ୍ଵରେ ଆସୁଥିବା ବେଳେ ସେରେଣ୍ଡା କାସିଆ ଛକ ନିକଟରେ ହଠାତ ଦିଭାଇଡର ଡେଇଁ ବିପରୀତ ପାର୍ଶ୍ଵକୁ ଚାଲି ଆସିଥିଲା l ଫଳରେ ପଛରୁ ଆସୁଥିବା OD09ଭି 1169 ନମ୍ବର ବିଶିଷ୍ଟ ଏକ ହାଇୱା ଟ୍ରକ ସହିତ ପିଟି ହୋଇଥିଲା l

ଏହା ଦ୍ୱାରା ବୋଲେରୋ ଆଗ ସିଟ ରେ ବସିଥିବା ସାକ୍ଷମ ସଦାନନ୍ଦ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗାଡି ଚଳାଉଥିବା ହର ଶଙ୍କର ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି l ତେବେ ପଛ ସିଟ ରେ ବସିଥିବା ଲୋକେସ ପାୱାର ବିପଦମୁକ୍ତ ଥିବା ଜଣାପଡିଛି l ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ମୃତାହତ ଙ୍କୁ ଉଦ୍ଧାର କରିବା ସହିତ ହାଇୱା ଟ୍ରକଟିକୁ ଜବଦ କରିଛି l