ଭାରତ ଭୁଟାନ ଉପଗ୍ରହ ଭୁଟାନବାସୀଙ୍କ ସହ ଆମର ବିଶେଷ ସମ୍ପର୍କର ଏକ ପ୍ରମାଣ: ପ୍ରଧାନମନ୍ତ୍ରୀ

ଏହି ମିଳିତ ବିକଶିତ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ମୁଁ  ଭୁଟାନର ଡିଆଇଟିଟି ଏବଂ  ଇସ୍ରୋକୁ ପ୍ରଶଂସା କରୁଛି….

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭୁଟାନର ଲୋକଙ୍କ ସହ ଆମର ବିଶେଷ ସମ୍ପର୍କର ପ୍ରମାଣ ହେଉଛି ଭାରତ ଭୁଟାନ ଉପଗ୍ରହ । ମିଳିତ ଭାବେ ବିକଶିତ ଏହି ଉପଗ୍ରହର ସଫଳ ଉତକ୍ଷେପଣରେ ଶ୍ରୀ ମୋଦୀ ଭୁଟାନର ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ (ଡିଆଇଟିଟି) ବିଭାଗ ଏବଂ ଇସ୍ରୋକୁ ପ୍ରଶଂସା କରିଛନ୍ତି ।

ଭାରତ-ଭୁଟାନ ଉପଗ୍ରହର ସଫଳ ଉତ୍‍କ୍ଷେପଣ ସଂକ୍ରାନ୍ତରେ ଭୁଟାନର ମହାମହିମ ରାଜାଙ୍କର ଏକ ବାର୍ତ୍ତା ଏବଂ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତ ଭୁଟାନ ଉପଗ୍ରହ ଭୁଟାନର ଲୋକଙ୍କ ସହ ଆମର ବିଶେଷ ସମ୍ପର୍କର ଏକ ପ୍ରମାଣ । ଏହି ମିଳିତ ବିକଶିତ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ମୁଁ  ଭୁଟାନର ଡିଆଇଟିଟି ଏବଂ  ଇସ୍ରୋକୁ ପ୍ରଶଂସା କରୁଛି ।”