ବୌଦ୍ଧ ଜିଲ୍ଲା ୟୁନିୟନ୍ ଅଫ ଜର୍ଣ୍ଣlଲିଷ୍ଟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ।

ସଂଘର ସଂପାଦକ ଦୁର୍ଯୋଧନ ବିଶି ଅତିଥି ସ୍ବାଗତ ଓ ବିବରଣୀ ପଠନ କରିଥିଲେ….

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ସଭାଗୃହ ଠାରେ ବୌଦ୍ଧ ଜିଲ୍ଲା ୟୁନିୟନ୍ ଅଫ କର୍ଣ୍ଣlଲିଷ୍ଟ , ବୌଦ୍ଧର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନରେନ୍ଦ୍ର କୁମାର ସାହୁ ସଭାତିତ୍ବରେ ଓ ଗଡ଼ଜାତ ଖବରର ସମ୍ପାଦକ ସତ୍ୟଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସର୍ବ ପ୍ରଥମେ ଗଣନାଥ ଙ୍କ ଫଟୋଚିତ୍ରରେ ପ୍ରଦିପ ଓ ପୁଷ୍ପ ଅର୍ପଣ ପୂର୍ବକ ଉଦଘାଟନ କରି ଥିଲେ ।

ସଂଘର ସଂପାଦକ ଦୁର୍ଯୋଧନ ବିଶି ଅତିଥି ସ୍ବାଗତ ଓ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭପତି କୈଳାସ ଚନ୍ଦ୍ର ନାଏକ ଯୋଗ ଦେଇ ସାମ୍ୱାଦିକ ମାନଙ୍କ ବିଭିନ୍ନ ମୌଳିକ ଅଧିକାର ପାଇବା ପାଇଁ ସରକାରଙ୍କୁ ଦାବୀ ପୂରଣ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ପ୍ରେସ କ୍ଲବ ସଭାପତି ବରଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ରାଜ୍ୟ କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦାନ କରିଥିଲେ । ଶେଷରେ ଅଧିବକ୍ତା ଆଶୁତୋଷ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।