ନୂଆଦିଲ୍ଲୀ: ବେଲଜିୟମ୍ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର୍ ଡି-କ୍ରୁ ଏକ ନୂଆ ଶ୍ରମ ଆଇନ ଆଣିଛନ୍ତି । ଏଣିକି ବେଲଜିୟମରେ ଏଣିକି ସପ୍ତାହରେ ୪ ଦିନ କାମ କରିବା ସହ ଅନ୍ୟ ତିନିଦିନ ଛୁଟି ମିଳିବ । ସେହିପରି ଏହି ତିନି ଦିନ ଛୁଟି ଭିତରେ ଯଦି ଅଫିସ୍ ବସଙ୍କ ଠାରୁ ଯଦି ଫୋନ କଲ କିମ୍ବା ମ୍ୟାସେଜ୍ ଆସେ ତେବେ କର୍ମଚାରୀ ତାକୁ ଅଣଦେଖା କରିପାରିବେ । ସେହିପରି ବେଲଜିୟମ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ପରେ ଅର୍ଥବ୍ୟବସ୍ଥା ସହ କର୍ମଚାରୀଙ୍କ ଜୀବନଶୈଳୀରେ ସୁଧାର ଆଣିବାକୁ ଦେଶ ନିଜ ଶ୍ରମ ଆଇନରେ ପରିବର୍ତ୍ତନ କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି କାମ ହ୍ରାସ ଦ୍ୱାରା କର୍ମଚାରୀ ନିଜକୁ ଚାପମୁକ୍ତ ରହିବା ସହ କାର୍ଯ୍ୟଦକ୍ଷତା ବଢିବ ।
ଅନ୍ୟପକ୍ଷରେ ଏହି ନୂଆ ଶ୍ରମ ଆଇନ ମୁତାବକ କର୍ମଚାରୀମାନେ ଗୋଟିଏ ସପ୍ତାହରେ ନିର୍ଦ୍ଧାରିତ କାର୍ଯ୍ୟ ସମୟଠାରୁ ଅଧିକ କାମ କରି ଆସନ୍ତା ସପ୍ତାହରେ କମ୍ ସମୟ ପାଇଁ କାମ କରିପାରିବେ । ତେବେ ଏହି ସୁବିଧା କେବଳ ବଡ ବଡ କମ୍ପାନୀ ଗୁଡିକରେ ଲାଗୁ ହେବ । ସେହିପରି ସବୁଠୁ ବଡ କଥା ହେଲା ସମସ୍ତ କର୍ମଚାରୀ ଏକା ଦିନରେ ୩ ଦିନର ସପ୍ତାହନ୍ତ ଛୁଟିରେ ରହିପାରିବେ ନାହିଁ । ସେହିପରି ଜଣଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ କର୍ମଚାରୀ କାମ କରିବେ । ସୂଚନାଯୋଗ୍ୟ ଯେ, ବେଲଜିୟମର ଏହି ନୂଆ ଆଇନ ସଂସଦରେ ଗୃହୀତ ହେବା ପରେ ଏହା ଆସନ୍ତା ବର୍ଷରୁ ଲାଗୁ କରାଯିବ ବେଲଜିୟମ ପ୍ରଧାନମନ୍ତ୍ରୀ ସୂଚନା ଦେଇଚନ୍ତି ।