ଆମେରିକା ଆକାଶରେ ସବୁଠୁ ଅତ୍ୟାଧୁନିକ ଯୁଦ୍ଧ ବିମାନ

ଆମେରିକା : ଚୀନ ସହ ଆମେରିକାର ଚାଲିଥିବା  ତିକ୍ତତା ଦିନ କୁ ଦିନ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ  ଆମେରିକା ବିଶ୍ୱର ସବୁଠୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ପ୍ରସ୍ତୁତ କରିଛି । ଆଉ ଏହାର ଫୁଲ ସ୍କେଲ ଉଡାଣ ମଧ୍ୟ କରାଯାଇଛି । ଏହା ଚାଇନା କୁ ଚିନ୍ତାରେ ପକାଇ ଦେଇଛି ।

ଷଷ୍ଠ ସଂସ୍କରଣର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ବିଶ୍ୱର ସବୁଠୁ କ୍ଷିପ୍ର ଗତିରେ ଉଡ଼ିପାରେ। ଏହା ଶକ୍ତିଶାଳୀ ଓ ଗୁପ୍ତଚର କାର୍ଯ୍ୟରେ ବ୍ୟବହୃତ ହୋଇ ପାରିବ । ଏହି ଫାଇଟର ବିମାନରେ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏଫ-୨୨ ଠାରୁ ଅଧିକ ଅତ୍ୟାଧୁନିକ ଫିଚର ରହିଛି । ଏଥିରେ ଡ୍ରୋନ୍ ସହ ଲେଜର ଅସ୍ତ୍ର ରହିଛି। ଏଭଳି ଫିଚର ଅନ୍ୟ କୋଣସି ଯୁଦ୍ଧ ବିମାନରେ ନାହିଁ । ଅର୍ଥାତ ଡ୍ରୋନ୍ ଜରିଆରେ ଆକାଶରେ ଥାଇ ଟାର୍ଗେଟ କରୁଥିବା ମିଶାଇଲକୁ ଆକାଶରେ ହିଁ ଧ୍ଵଂଶ କରିହେବ । ଏଥି ସହ ଲୁଚି ରହି ଥିବା ଶତ୍ରୁକୁ ଡ୍ରୋନ୍ ନିଜ ଆଡୁ ଖୋଜି ମାରିଦେବ । ଆଉ ଲେଜର ସାହାଯ୍ୟରେ ଶତ୍ରୁକୁ ସଫା କରାଯାଇ ପାରିବ ।

ତେବେ ଏହି ବିମାନର କୋଣସି ନାମ ରଖା ଯାଇନାହିଁ । ଯଦି କିଛି ନାମ ରଖା ଯାଇଛି, ତେବେ ତାହାକୁ ସାର୍ବଜନୀନ କରାଯାଇନାହିଁ । ଏହାକୁ ଏବେ “ନେକଷ୍ଟ ଜେନରେଶନ ଏୟାର ଡୋମିନେନ୍ସ” (ଏନଜିଏଡି ) ବୋଲି କୁହାଯାଉଛି। ଏ ଯୁଦ୍ଧ ବିମାନ ସମ୍ପର୍କିତ ଖବର ଏକ ଡିଫେନ୍ସ ନ୍ୟୁଜ ନାମକ ଗଣ ମାଧ୍ୟମ ସଂସ୍ଥା ପ୍ରକାଶ କରିଛି । ଏହି ସଂସ୍ଥା ପକ୍ଷରୁ ଦାବି କରାଯାଇଛି ଯେ, ଏହା ଦୁନିଆର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ।

ଏହି ବିମାନକୁ କୋଣସି ଅସ୍ତ୍ର କିମ୍ବା ମିଶାଇଲ ଦ୍ୱାରା ଟାର୍ଗେଟ କରିବା କଷ୍ଟକର। ଆମେରିକା ବାୟୁ ସେନା ପକ୍ଷରୁ ଏପର୍ଯ୍ୟନ୍ତ ଉକ୍ତ ଫାଇଟର ବିମାନ ସମ୍ପର୍କରେ କିଛି କୁହାଯାଇ ନାହିଁ । କିନ୍ତୁ ଡିଫେନ୍ସ ବିଶେଷଜ୍ଞ ମତରେ ଆମେରିକା ଫାଇଟର ବିମାନ ପ୍ରସ୍ତୁତ କରି ସାରିଛି । ଏତେ ଆଡଭାନ୍ସ ବିମାନ ଯୁଦ୍ଧକୁ ଓହ୍ଲେଇଲେ ଇତିହାସ ବଦଳି ରଖିଦେବ । ଏହି ଯୁଦ୍ଧ ବିମାନ ଚୀନ ସହ  ଚାଲିଥିବା ତିକ୍ତତା ଆମେରିକାକୁ ରଣନୀତିକ ଲାଭ ମିଳିବ ।