ପ୍ଲେ ଷ୍ଟୋରରୁ ଅଦୃଶ୍ୟ ହୋଇଗଲା ‘ପେଟିଏମ’

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଅନଲାଇନ୍ ପେମେଣ୍ଟ ପେଟିଏମକୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ଗୁଗଲ କମ୍ପାନୀ ।
ପେଟିଏମ ଏକ ଜୁଆ ଖେଳ ଆପ ବୋଲି କହି ହଟାଇ ଦେଇଛି କମ୍ପାନୀ। ଜୁଆ ନୀତି (gambling policies) ଉଲ୍ଲଂଘନ ଅଭିଯୋଗରେ ପେଟିଏମ୍ ବିରୋଧରେ ଗୁଗୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ନିଷ୍ପତି ନେଇଛି। ଗୁଗୁଲ୍ ପ୍ଲେ ଷ୍ଟୋରରୁ ପେଟିଏମର ୨ଟି ଆପ୍ଲିକେସନକୁ ଅଦୃଶ୍ୟ କରାଯାଇଛି ।

ସୂଚନା ମୁତାବକ ପେଟିଏମ୍ ଓ ପେଟିଏମ୍ ଗେମ୍ସକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଉଭୟ ଆପ୍ ଦ୍ୱାରା ଲୋକଙ୍କୁ ଜୁଆ ଖେଳ ପ୍ରତି ପ୍ରୋତ୍ସାହନ ଦିଆଯାଉଥିବା ନେଇ ଅଭିଯୋଗ ହେଉଥିଲା। ପେଟିଏମ ଓ UPI app one97 ଆପ ଲିମିଟେଡ ଦ୍ଵାରା ଏହା ତିଆରି ହୋଇଛି । ଯଦି ଆପଣ ଏହି ଆପ୍ କୁ ଗୁଗୁଲ୍ ଖୋଜିବେ ତେବେ ଏହା ଆଉ ଉପଲବ୍ଧ ହେବନି । କିନ୍ତୁ ଯେଉଁମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଚଳାଉଛନ୍ତି ସେମାନେ ଏହାକୁ ଚଲାଇପାରିବେ।

ଆଇପିଏଲ ଭଳି ବଡ ବଡ ଖେଳରେ ଏହି ଆପକୁ କୁ ଲଞ୍ଚ କରାଯାଏ । ପେଟିଏମ ନିଜର ଆପକୁ ବର୍ତମାନ ଗୁଗଲରେ ଉପଲବ୍ଧ କରୁନାହିଁ ସତ କିନ୍ତୁ ଖୁବ ଶୀଘ୍ର ଏହା ପ୍ଲେ ଷ୍ଟୋର ଉପଲବ୍ଧ ହେବ। ଖୁବ ଶୀଘ୍ର ଏହି ଆପର ବ୍ୟବହାର ଆରମ୍ଭ ହେବା ସହ ଯେଉଁମାନଙ୍କର ଏଥିରେ ଟଙ୍କା ଥିଲା ତାହା ସୁରକ୍ଷିତ ହୋଇରହିବ ବୋଲି ପେଟିଏମ ଟ୍ୱିଟ କରି ସୂଚନା ଦେଇଛନ୍ତି ।