ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ବଢୁଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହିତ ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି…
ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଏହ ବିପର୍ଯ୍ୟରେ ଏପର୍ଯ୍ୟନ୍ତ ୧୫୦୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ମୃତ୍ୟୁ ସଂଖ୍ୟା ୩୩୨ରେ ପହଞ୍ଚିଛି । ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ପରିବହନ ଏବଂ ଯୋଗାଯୋଗ ଭିତ୍ତିଭୂମି ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସରକାରୀ ତଥ୍ୟ ଅନୁସାରେ ୩୫ଟି ପୋଲ ଧୋଇଯାଇଛି। ଫଳରେ ଯୋଗାଯୋଗ ପାଇଁ ବଡ଼ ଅସୁବିଧା ହୋଇଛି ।

ଏହାରି ମଧ୍ୟରେ ଭାରତ ସରକାର ସତର୍କ ଅଛନ୍ତି। ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ପ୍ରଶାସନ ସତର୍କ ଅଛନ୍ତି। ଗଣ୍ଡକ, ନାରାୟଣୀ ଏବଂ କୋଶୀ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ଉତ୍ତରପ୍ରଦେଶର ମହାରାଜଗଂଜ ଏବଂ କୁଶୀନଗର ସମତେ ବିହାରର ସମ୍ବେଦନଶୀଳ ଅଞ୍ଚଳରେ ପ୍ରଶାସନକୁ ଆଲର୍ଟ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହିତ ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ନେପାଳକୁ ସହାୟତା ଯୋଗାଇବା ପାଇଁ ଭରସା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ବିପଦ ସମୟରେ ଭାରତୀୟ ଲୋକେ ନେପାଳର ଭାଇ-ଭଉଣୀଙ୍କ ସହିତ ଅଛନ୍ତି ।
ନେପାଳ ସରକାର ବନ୍ୟା ପୀଡ଼ିତଙ୍କ ପାଇଁ ସହଯୋଗ କରିବାକୁ ଅନ୍ତର୍ଜାତୀୟ ଦାତାଙ୍କ ପାଇଁ ଅନ୍ଲାଇନ୍ ପୋର୍ଟାଲ ଜାରି କରିଛନ୍ତି। ଏହି ପ୍ରଣାଳୀ ମାଧ୍ୟମରେ ବିଦେଶୀ ଦାଦା ନିଜର ଡେବିଟ୍ ଅଥବା କ୍ରେଡିଟ୍ କାର୍ଡ ଜରିଆରେ କ୍ୟୁଆର କୋଡ ଜରିଆରେ ସିଧାସଳଖ ଆର୍ଥିକ ସହାୟତା ଦେଇପାରିବେ ।