ଗଂଜାମ(ସାକ୍ସୀ ନ୍ୟୁଜ୍): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶିଆଳି ଉଚ୍ଚ ବିଦ୍ୟାଳୟରେ ଶନିବାର ଦିନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି ନାଗେଶ୍ଵର ରାଓଙ୍କ ତତ୍ତ୍ବାବଧାନ ରେ ଆୟୋଜିତ ଏହି ମେଳାରେ ମୋଟ ୨୦ ଟି ବିଭିନ୍ନ ପ୍ରକଳ୍ପ ସ୍ଥାନ ପାଇଥିଲା। ବିଜ୍ଞାନ ମେଳାରେ ବିଚାରକ ଭାବେ ବସୁଦାସ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ପିତବାସ ସାହୁ ପ୍ରମୁଖ ଶିକ୍ଷକ ଦାୟିତ୍ବ ନିର୍ବାହ କରିଥିବା ବେଳେ ଗାଇଡ୍ ଶିକ୍ଷୟିତ୍ରୀ ଭାବେ ପ୍ରିୟ ଦର୍ଶିନୀ ପ୍ରଧାନ ଓ ସରିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବିଜ୍ଞାନ ମେଳାରେ ଜୁନିୟର ଗୃପରୁ ଝିଲ୍ଲି ଗୌଡ ଓ ଲଚିକା ସାହୁ ଏବଂ ସିନିୟର ଗୃପରୁ ହିମାଂଶୁ ଶେଖର ପଣ୍ଡା,ସୋନ୍ମୟୀ ପାଢୀ, ଶ୍ରବଣ କୁମାର ସ୍ବାଇଁ ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ବୁଗୁଡ଼ାରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେବାପାଇଁ ଚୟନ କରାଯିବା ସହ ସେମାନଙ୍କୁ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା।ଉକ୍ତ ମେଳା ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।