ପର ହାତଟେକାରେ ଆଳୁ, ପିଆଜ

ଭୁବନେଶ୍ବର(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟକୁ ଆଳୁରେ ପୋତି ପକାଇବା ପାଇଁ ବିଜେଡି ସରକାର ‘ଆଳୁ ମିଶନ’ ଆରମ୍ଭ କରିଥିଲା। ସେହି ମିଶନ ନବୀନଙ୍କ ଅମଳରେ ସମାଧି ନେଇଥିଲା। ଏବେ ବିଜେପି ନିକଟରେ ସେଭଳି କିଛି ମିଶନ ନାହିଁ । ବିଜେପି ଏବେ ଲୁହା, ମାଙ୍ଗାନିଜ, ବକ୍ସାଇଟ୍ ବିକିବା ପ୍ରତି ମନ ଦେଇଛି।। ଆଦାନୀ, ଅମ୍ବାନୀ ଭଳି ଶିଳ୍ପପତିଙ୍କ ନିକଟରେ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଗୋଲାମ କରିବାକୁ ପ୍ରୟାସ ଚଳାଇଛି । କୃଷି କଥା ବୁଝିବା ପାଇଁ ମୋହନ ସରକାରଙ୍କ ନିକଟରେ ସମୟ ଅଭାବ। ରାଜ୍ୟରେ ଆଳୁ ଓ ପିଆଜ ଚାହିଦା ଓ ଉତ୍ପାଦନ ଉପରେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅତ୍ୟନ୍ତ ଚିନ୍ତାଜନକ । ଆଳୁ ଆବଶ୍ୟକ‌ତାର ଅଧା ରାଜ୍ୟରେ ଉତ୍ପାଦନ ହେଉଛି ଓ ଅବଶିଷ୍ଟ ଆଳୁ ବାହାର ରାଜ୍ୟରୁ ଆସୁଛି। ତେଣୁ ଏହାର ଦର ବିଭିନ୍ନ ସମୟରେ ବଢ଼ିବା ସ୍ଵାଭାବିକ । ପିଆଜ ସ୍ଥିତି ଅଲଗା ରହିଛି । ରାଜ୍ୟର ଆବଶ୍ୟକତାଠାରୁ ଅଧୂକ ପିଆଜ ଉତ୍ପାଦନ ହେଉଥ‌ିବା ବେଳେ କାହିଁକି ମହାରାଷ୍ଟ୍ରର ନାସିକରୁ ଆସୁଥିବା ପିଆଜ ଉପରେ ଆମକୁ ନିର୍ଭର କରିବାକୁ ପଡ଼ୁଛି ତାହ ତାହା ବୁଝାପଡ଼ୁନି ।

ଆଳୁ ଓ ପିଆଜ ପ୍ରସଙ୍ଗରେ ବିଧ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ରେ ୧୪ ଲକ୍ଷ ୨୫ ହଜାର ଟନ୍ ଆଳୁ ଓ ୩.୯୦ ଟନ୍‌ ପିଆଜ ଆବଶ୍ୟକ ଥିଲା। ସେହିବର୍ଷ ରାଜ୍ୟରେ ୭.୧୯ ଲକ୍ଷ ଟନ୍ ଆଳୁ ଓ ୪. ୫୨ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହୋଇଥିଲା । ଆଳୁ କ୍ଷେତ୍ରରେ ଅଧା ଆବଶ୍ୟକ‌ତା ପୂରଣ କରିବା ଲାଗି ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପରିମାଣର ପିଆଜ ଉତ୍ପାଦନ ହେଉଥ‌ିବା ବେଳେ ତାହାର କାହିଁକି ଅଭାବ ଦେଖାଉଛି, ତାହା ଚିନ୍ତାର ବିଷୟ ହୋଇଛି ।

ସୂଚନା ମୁତାବକ, ରାଜ୍ୟର ପିଆଜ ଆବଶ୍ୟକ‌ତା ମୁଖ୍ୟତଃ ମହାରାଷ୍ଟ୍ରର ନାସିକ ପୂରଣ କରୁଛି। ବିଗତ କିଛି ମାସ ଧରି ପିଆଜ କେ ପିଆଜ କେଜି ୫୦-୬୦ ଟଙ୍କା ସ୍ତରରେ ରହିଛି। ଆଳୁ ପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ବର୍ତ୍ତମାନ ଖୁଚୁରା ବଜାରରେ ଆଳୁ କେଜି ୨୦ ଟଙ୍କା ରହିଛି। ସମ୍ପର୍କରେ କୁବେରପୁରୀ ବ୍ୟବସାଯ ସାୟୀ ସଂଘର ସମ୍ପାଦକ କହନ୍ତି, ସରକାରଙ୍କ ତଥ୍ୟ ଓ ବାସ୍ତବ ସ୍ଥିତି ଭିତରେ କୌଣସି ସରକ ତାଳମେଳ ନାହିଁ । ଚାଷ ପ୍ରତି ରକାରଙ୍କ ନଜର ନାହିଁ ।

ପ୍ରତିବର୍ଷ ଆଳୁ ପାଇଁ ଚାଷୀମାନଙ୍କୁ ସବ୍‌ସିଡି ଦିଆଯାଉଛି । କିନ୍ତୁ ପ୍ରକୃତରେ ସେହି ଆଳୁ ଚାଷ ହେଉଛି ନା ନାହିଁ ତାହା ସନ୍ଦେହରେ ରହିଛି । ଯଦି ଏତେ ଅଧୂକ ପିଆଜ ଉତ୍ପାଦନ ହେଉଛି, ତେବେ କାହିଁକି ଭଡ଼ା ଦେଇ ନାସିକରୁ ପିଆଜ ଓଡି଼ ଶାକୁ ଅଣାଯାଉଛି । ଓଡ଼ିଶା ବ୍ୟବସାୟୀ ମହାସ କହନ୍ତି, ଓଡ଼ିଶାରେ ଉତ୍ତମ ଧରଣର ପିଆଜ ଉତ୍ପାଦନ ହେବାର ନଜିର ରହିଛି। ସଂଘର ସାଧାରଣ ସମ୍ପାଦକ କିନ୍ତୁ ସେଥ‌ିପାଇଁ ଆବଶ୍ୟକ ପ୍ରୋତ୍ସାହନ ଦିଆଯାଉନାହିଁ । ପଶ୍ଚିମ ଓଡ଼ିଶାର ଯେଉଁ କେତେକ ଜିଲ୍ଲାରେ ପିଆଜ ଚାଷ ହେଉଛି ତାହା ଅନ୍ୟ ରାଜ୍ୟକୁ ଚାଲିଯାଉଛି । ଚାଷୀମାନଙ୍କୁ ଉତ୍ପାଦିତ ଫସଲ ପାଇଁ ଉଚିତ ମୂଲ୍ୟ ମିଳୁନି ।