ଚଳିତବର୍ଷ ବିଶ୍ୱ ଅର୍ଥନୀତି ୩.୧% ହ୍ରାସ ପାଇବ: ଜାତିସଂଘ

ଚଳିତବର୍ଷ ବିଶ୍ୱ ଅର୍ଥନୀତି ୪ ପ୍ରତିଶତରୁ ୩.୧ ମଧ୍ୟରେ ହ୍ରାସ ପାଇବ ବୋଲି ଆକଳନ….

ନୂଆଦିଲ୍ଲୀ : ଚଳିତବର୍ଷ ବିଶ୍ୱ ଅର୍ଥନୀତି ୪ ପ୍ରତିଶତରୁ ୩.୧ ମଧ୍ୟରେ ହ୍ରାସ ପାଇବ ବୋଲି ଆକଳନ କରିଛି ଜାତିସଂଘ । ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି । ଚଳିତବର୍ଷ ଆର୍ଥିକ ବର୍ଷରେ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଅଭିବୃଦ୍ଧିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ବିଶ୍ୱର ସବୁଠାରୁ ବଡ଼ ଅର୍ଥନୈତିକ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ସାମିଲ୍‌ ରହିଛି । ସେିହପରି କୋଭିଡ୍‌ ପରେ ବର୍ତ୍ତମାନର ଯୁଦ୍ଧ ସ୍ଥିତି ଅର୍ଥନୀତିକୁ ଆହୁରି ତଳକୁ ନେଇଯିବ ବୋଲି ଆକଳନ କରିଛନ୍ତି ଜାତିସଂଘ ।