ଉତ୍ତରପ୍ରଦେଶ ନିର୍ବାଚନ
ଗୋରଖପୁର : ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ଗୋରଖପୁର ବିଧାନସଭା ଆସନରୁ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ । କାରଣ ଭାରତୀୟ ଜନତା ପାର୍ଟି ପୁଣି ଥରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ ବୋଲି ଅନେକ ସର୍ଭେ ସଂସ୍ଥା ନିଜର ରିପୋର୍ଟ ପ୍ରକାଶ କରିସାରିଛନ୍ତି। ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ସମସ୍ତଙ୍କର ନଜର ରହିବ ।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଅମିତ ଶାହ ଉପସ୍ଥିତ ରହିବେ । ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ହେଉଛି ପ୍ରଥମ ଦଳ, ଯିଏକି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ସେହିଭଳି ବିଜେପି ଗତ ୧୫ ତାରିଖରେ ଘୋଷଣା କରିଥିଲା ଯେ, ଗୋରଖପୁର ବିଧାନସଭା ଆସନରୁ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଲଢ଼ିବେ । ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଆସନ୍ତା ୧୦ ତାରିଖ ଠାରୁ ଏହା ଆରମ୍ଭ ହେବ । ୪୦୩ ଆସନରୁ ବିଜେପି ୨୦୧୭ରେ ୩୧୨ଟି ଆସନ ହାତେଇଥିଲା ।