160×600
160×600

ନକଲି କୋଭିଡ ଭ୍ୟାକ୍ସିନ ଓ କିଟ୍‌ ଜବତ: ୫ ଗିରଫ

ବାରାଣାସୀ : ଦେଶରେ କରୋନାର କବଚ ସାଜିଛି କରୋନା ଟିକା । ବର୍ତ୍ତମାନ ବାରାଣୀସୀରେ ନକଲି କରୋନା ଭ୍ୟାକ୍ସିନ୍‌ ସହ ଟେଷ୍ଟିଂ କିଟ୍‌ ପ୍ରଚୁର ପରିମାଣରେ ଜବତ କରାଯାଇଛି । ଏହି ଘଟଣା ବାରାଣାସୀର ଲଙ୍କା ଅଞ୍ଚଳର ରୋହିତ ନଗରରେ ଚଢାଉ କରିଛି ସ୍ପେଶାଲ ଟାସ୍କ ଫୋର୍ସ ।

ଯାହାଫଳରେ ନକଲି କୋଭିସିଲ୍ଡ ଏବଂ ଜାଇକୋଭିଡ ସହିତ ନକଲି କୋଭିଡ ଟେଷ୍ଟିଂ କିଟ୍‌ ଜବତ କରାଯାଇଛି । ଏହି ମାମଲାରେ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି ଏସଟିଏଫ । ଜବତ ହୋଇଥିବା ଜିନିଷଗୁଡ଼ିକର ମୂଲ୍ୟ ପ୍ରାୟ ୪ କୋଟି ହେବ ଏବଂ ଏହି ଗ୍ୟାଙ୍ଗର ନେଟୱାର୍କ ଅନେକ ବଡ ବଡ ଦେଶ ପର୍ଯ୍ୟନ୍ତ ଲମ୍ବିଛି ।