ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ପୁଣି ସରକାର ଗଢିବେ ଯୋଗୀ ଆଦିତ୍ୟନାଥ । ବିଜେପି ୨୩୦ରୁ ୨୪୯ ଆସନରେ ବିଜୟ ହେବ ବୋଲି ଓପିନିୟନ ପୋଲ କହୁଛି । ୟୁପି ବିଧାନସଭାରେ ୪୦୩ ଆସନ ଅଛି । ସରକାର ଗଠନ କରିବାକୁ ୨୦୨ ଆସନ ଦରକାର । ସେହିପରି ୨୦୧୭ ତୁଳନାରେ ବିଜେପିକୁ କମ୍ ଆସନ ମିଳିବ ବୋଲି ଓପିନିୟନ ପୋଲରେ କୁହାଯାଇଛି ।
ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ୧୩୭ରୁ ୧୫୨ ଆସନରେ ବିଜୟ ଲାଭ କରିବା ସହ ବିଏସପି ଓ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଏଥିରୁ ବାଦ୍ ପଡିଥିବା ପରିଲକ୍ଷିତ ହେଉଛି । ବିଏସପି ୯ରୁ ୧୪ ଓ କଂଗ୍ରେସ ୪ରୁ ୭ ଆସନ ଜିତିପାରେ । ଓପିନିୟନ ପୋଲରେ ୟୁପିବାସୀ ଯୋଗୀଙ୍କ ଆଇନ ଓ ଶାସନକୁ ପସନ୍ଦ କରୁଛନ୍ତି । କାଶୀ ଓ ମଥୁରାରେ ବିଜେପିର ମାଷ୍ଟରଷ୍ଟ୍ରୋକ୍ ଭୋଟରେ ପରିଣତ ହେବ ବୋଲି ଏହି ସର୍ଭେରେ ଜଣାପଡିଛି ।