ସର୍ବ କନିଷ୍ଠ ପାଇଲଟ୍‌: ୫୨ଟି ଦେଶ ପରିଭ୍ରମଣ

ମ୍ୟାକ୍‌ଙ୍କ ଭଉଣୀ ଜାରା ମଧ୍ୟ ବିମାନ ଚଳାଇ ସାରା ଦୁନିଆ ପରିକ୍ରମା କରିଛନ୍ତି…..

ନୂଆଦିଲ୍ଲୀ : କମ୍‌ ବୟସରେ ବିମାନ ଚଲାଇ ୫୨ଟି ଦେଶ ବୁଲିବା ସହଜ କଥା ନୁହେଁ । ମ୍ୟାକ୍‌ ରଦରଫୋର୍ଡଙ୍କ ବୟସ ୧୭ ବର୍ଷ ୬୪ ଦିନ । ଏହି ବୟସରେ ବିମାନ ଚଳାଇ ୫ ମାସ ଭିତରେ ୫୨ଟି ଦେଶ ପରିକ୍ରମା କରି ସେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ ଅଧିକାରୀ ହୋଇପାରିଛନ୍ତି । ମ୍ୟାକ୍‌ଙ୍କ ଭଉଣୀ ଜାରା ମଧ୍ୟ ବିମାନ ଚଳାଇ ସାରା ଦୁନିଆ ପରିକ୍ରମା କରିଛନ୍ତି । ଜାରା ମହିଳା ବିଭାଗରେ ବିରଳ କୃତିତ୍ୱର ଅଧିକାରୀ ହୋଇଥିଲା ବେଳେ ତାଙ୍କ ସାନଭାଇ ମ୍ୟାକ୍‌ ପୁରୁଷ ବର୍ଗରେ କୃତିତ୍ୱ ଲାଭ କରିଛନ୍ତି । ମ୍ୟାକଙ୍କ ପୂର୍ବରୁ ବ୍ରିଟେନ ପାଇଲଟ୍‌ ଟ୍ରେଭିସ୍‌ ଲାଡଲୀ ଏହି ବିରଳ ସଫଳତା ପାଇଥିଲେ । ୧୮ ବର୍ଷ ୧୫୦ ଦିନ ବୟସରେ ଟ୍ରେଭିସ୍‌ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ ହକ୍‌ଦାର ହୋଇଥିଲେ ।

ମ୍ୟାକଙ୍କ ଡାକ ନାମ ମେସ୍‌ ସୋଲୋ । ବ୍ରିଟେନରେ ଜନ୍ମିତ ମେସ୍‌ଙ୍କ ଲାଳନ ପାଳନ ବେଲଜିୟମରେ ହୋଇଥିଲା । ଚଳିତ ମାସ ମାର୍ଚ୍ଚ ୨୩ ତାରିଖରେ ବୁଲଗାରିଆ ରାଜଧାନୀ ସୋଫିଆରୁ ସେ ବିଶ୍ୱ ପରିଭ୍ରମଣ ଆରମ୍ଭ କରିଥିଲେ । ଅଗଷ୍ଟ ୨୪ ତାରିଖରେ ବିଶ୍ୱ ପରିକ୍ରମା ଶେଷ କରି ମ୍ୟାକ୍‌ ସୋଫିଆରେ ଅବତରଣ କରିଥିଲେ ।