ଚାଲିଗଲେ ‘ସନମ୍‌ ବେୱଫା’ ନିର୍ଦ୍ଦେଶକ

ଡାକ୍ତରଙ୍କ ସବୁ ଉଦ୍ୟମକୁ ‘ଅଲ ବିଦା’ କରି ସାୱନ୍‌ କୁମାର ଚାଲିଯାଇଛନ୍ତି…..

ମୁମ୍ବାଇ: ସଲମାନ ଖାନଙ୍କୁ ନିର୍ଦ୍ଦେଶନା ଦେଇଥିବା ଚଳଚ୍ଚିତ୍ର ନିର୍ମାତା ସାୱନ କୁମାର ଟାକ ଆଉ ଜୀବିତ ନାହାନ୍ତି । ‘ସନମ୍‌ ବେୱଫା’ରେ ସଲମାନଙ୍କୁ ସଫଳତାର ନିର୍ଦ୍ଦେଶନା ଦେଇ ସାୱନ୍‌ କୁମାର ବଲିଉଡ୍‌ରେ ପ୍ରଶଂସା ସାଉଁଟିଥିଲେ । ୮୭ ବର୍ଷୀୟ ସାୱନ୍‌ଙ୍କୁ ବୁଧବାର ରାତିରେ କୋକିଳାବେନ୍‌ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ଫୁସଫୁସରେ ପାଣି ଜମି ଯାଇଥିଲା । ଡାକ୍ତରଙ୍କ ସବୁ ଉଦ୍ୟମକୁ ‘ଅଲ ବିଦା’ କରି ସାୱନ୍‌ କୁମାର ଚାଲିଯାଇଛନ୍ତି । ପିଆରଓ ମଂଟୁ ସିଂ କହିଛନ୍ତି, ୮୬ ବର୍ଷୀୟ ସାୱନ୍‌ ଅବିବାହିତ ଥିଲେ । ତାଙ୍କର ତିନିଭଉଣୀ ଓ ଗୋଟିଏ ଭାଇ ଅଛନ୍ତି ।

ବିଗତ ଦୁଇଦିନ ଧରି ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଗୁରୁବାର ଅପରାହ୍ଣ ସାଢେ଼ ଚାରିଟାରେ ହୃଦ୍‌ଘାତ କାରଣରୁ ସେ ଚାଲିଗଲେ । ସାୱନ୍‌ କୁମାର ୧୯ଟିରୁ ଅଧିକ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି । ୧୯୭୨ରେ ସେ ‘ଗୋମତୀ କେ କିନାରେ’ ପ୍ରଯୋଜନା କରିଥିଲେ । ଚଳଚ୍ଚିତ୍ର ନିର୍ମାଣ ସାଙ୍ଗକୁ ସେ ଗୀତ ରଚନା କରୁଥିଲେ । ରିତିକ୍‌ ରୋଶନଙ୍କ ଅଭିନୀତ ‘କହୋ ନା ପ୍ୟାର ହେ’ ଚଳଚ୍ଚିତ୍ରରେ ‘ପ୍ୟାର କି କସ୍ତି ମେ’, ‘ଜାନେମନ୍‌ ଜାନେମନ୍‌’ ଗୀତ ଲେଖି ଉଚ୍ଚ ପ୍ରଶଂସିତ ହୋଇଥିଲେ ।