‘ନାଟୋ’ରେ ଯୋଗଦାନ କରିବେ ଜେଲେନସ୍କି, ରଖିଲେ ସର୍ତ

ନାଟୋ ନେତାଙ୍କ ନିକଟରେ ସର୍ତ …

ନୂଆଦିଲ୍ଲୀ: ନାଟୋ ନେତାଙ୍କ ନିକଟରେ ସର୍ତ ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି। ତିନି ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଛି। ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶାନ୍ତି ବୁଝାମଣା ପାଇଁ ରାଜି ହୋଇଛନ୍ତି। ତାଙ୍କର କହିବା ଅନୁସାରେ, ବର୍ତମାନ ସେ ନାଟୋରେ ସାମିଲ ହେବାକୁ ଚାହୁଁ ନାହାନ୍ତି। ସେ ନିଜର ଦାବିକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ। ତେବେ ଏଥିପାଇଁ ସେ ଦୁଇଟି ଦାବି ରଖିଛନ୍ତି।

ବର୍ଲିନରେ ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡୋ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍‌ ଭିଟ୍‌କଫ୍‌ ଓ ପରାମର୍ଶଦାତା ଜେରେଡ୍‌ କୁଶନରଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ଜର୍ମାନୀ ଚାନ୍ସଲର ଫେଡରିକ୍‌ ମର୍ଜଙ୍କ ନେତୃତ୍ୱରେ କରାଯାଇଛି। ଜେଲେନସ୍କି କହିଥିଲେ ସେ ଦୁଇଟି କଥା କହିବାକୁ ଚାହାଁନ୍ତି। ପ୍ରଥମ କଥା ହେଲା ସେ ରୁଷ ପକ୍ଷରୁ ଦଖଲ କରାଯାଇଥିବା ଅଂଚଳରେ ଦାବିଦାରୀ ଛାଡିବାକୁ ପ୍ରସ୍ତୁତ ନୁହନ୍ତି। ସେ ଚାହାନ୍ତି ଆମେରିକା ଓ ପଶ୍ଚିମ ଦେଶ ପକ୍ଷରୁ ୟୁକ୍ରେନ ସୁରକ୍ଷା ଗ୍ୟାରେଂଟି ଦିଆଯାଉ। ଟ୍ରମ୍ପ ଗତ କିଛି ଦିନ ହେବ ଶାନ୍ତି ପ୍ରସ୍ତାବକୁ ନେଇ ଏହି ସର୍ତ ରଖିଥିଲେ ଯେ, ରୁଷ ପକ୍ଷରୁ ଦଖଲ ଅଂଚଳରେ ୟୁକ୍ରେନ୍‌ ବିଲୟ ହେଉ। ଏହାପରେ ୟୁକ୍ରେନ ପକ୍ଷରୁ ତା ଉପରେ ସହମତି ପ୍ରକାଶ କରି ଯୁଦ୍ଧ ଶେଷ କରି ଦିଆଯିବ।

ଜେଲେନସ୍କି ନାଟୋର ସର୍ତକୁ ସ୍ୱୀକାର କରିଛନ୍ତି, କିନ୍ତୁ ୟୁକ୍ରେନ ଅଂଚଳକୁ ରୁଷକୁ ଦେବାକୁ ସହମତି ପ୍ରକାଶ କରିନାହାନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା ଭିତରେ ଜେଲେନସ୍କି କହିଛନ୍ତି, ଆମେରିକା ଓ କିଛି ୟୁରୋପୀୟ ଦେଶ ୟୁକ୍ରେନ ପକ୍ଷରୁ ନାଟୋରେ ସାମିଲ ହେବାର ଚେଷ୍ଟାକୁ ମନା କରି ଦେଇଛନ୍ତି। କିନ୍ତୁ ଆମେ ଚାହୁଁଛୁ ଯେ, ନାଟୋ ଓ ଏହାର ସହଯୋଗୀ ଦେଶ ପକ୍ଷରୁ ଆମକୁ ସୁରକ୍ଷା ନେଇ ଭରସା ଦିଆଯାଉ। ଏହି ଭରସା ଦ୍ୱାରା ଆମକୁ ସାହାଯ୍ୟ ମିଳିବ ଯେ, ରୁଷ ଆମ ଉପରେ ପୁଣିଥରେ ଆକ୍ରମଣ କରିବନି।