ପିୟୁଷଙ୍କୁ ଯାତ୍ରା ପେଣ୍ଡାଲରୁ ଡକରା

ସବୁ ପ୍ରତୀକ୍ଷାର ଅବସାନ ଘଟାଇ ଯାତ୍ରା ….

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅବସାନ ଘଟାଇ ଯାତ୍ରା ପେଣ୍ଡାଲ ପୁଣି ପିୟୁଷଙ୍କୁ ଆଦରିବାକୁ ତୟାର ହୋଇଛି। ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଯାତ୍ରାରେ ଦେଖିବାକୁ ମିଳିବ। ତା’ ପୁଣି ଖଣ୍ଡଗିରି ମେଳାରେ। ମଙ୍ଗଳବାର ଭୁବନେଶ୍ୱର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ କୋର୍ଟ ଉଠାଇଥିବା ଜଣାପଡିଛି। ଜାନୁଆରୀ ୧୦ ତାରିଖରେ ପୀୟୂଷଙ୍କୁ ଭୁବନେଶ୍ୱର କୋର୍ଟ ଅର୍ଡର କପି ମିଳିଥିଲା। ମଂଚ ବାରଣ ନେଇ ଭୁବନେଶ୍ୱର କୋର୍ଟ ଅର୍ଡର କପି ଦେଇଥିଲେ। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଅର୍ଡର କପି ମିଳିଥିଲା। ଜାନୁଆରୀ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ପୀୟୂଷଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଥିଲେ। ପୂର୍ବରୁ ପୀୟୂଷ କହିଥିଲେ କୋର୍ଟଙ୍କ ପାଖରୁ ନୋଟିସ ପାଇ ନାହିଁ, ନୋଟିସ ପାଇଁ ଅପେକ୍ଷା କରିଛି ନୋଟିସ ନ ପାଇବା ପର୍ଯ୍ୟନ୍ତ ମୁଁ ମଂଚ ଚଢିବି।