ଷ୍ଟେସନରୁ ଚୋରୀ କରି ଧରାପଡିଲେ ୨ ଅଭିଯୁକ୍ତ

ଜଳେଶ୍ୱର, (ଏସ୍‌ ନ୍ୟୁଜ): ଜଳେଶ୍ୱର ରେଳ ଷ୍ଟେସନରୁ ଜଣେ ବ୍ୟକ୍ତି ଟିକଟ କାଟିବା ସମୟରେ ଏକ ସୁଟକେସ୍‌କୁ ତଳେ ରଖିଥିଲେ । ଏହାର ସୁଯୋଗ ନେଇ ଏହାକୁ କେହିଜଣେ ଚୋରାଇ ନେଇଥିଲା । ବ୍ୟକ୍ତି ଜଣକ ଚାରିଆଡେ ଖୋଜାଖୋଜି କଲାପରେ ରେଳବାଇ ଫାଣ୍ଡିରେ ଅଭିଯୋଗ କରିଥିଲେ । ପୁଲିସ୍‌ ସିସି ଟିଭି କ୍ୟାମେରାକୁ ଅନୁଧ୍ୟାନ କରି ଚୋରିକରିଥିବା ୨ ବ୍ୟକ୍ତି ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପରେ ସେମାନଙ୍କୁ ବାଲେଶ୍ୱର ଜିଆର୍‌ପି ହାଜତ୍‌କୁ ପଠାଇ ଦିଆଯାଇଛିା