୧୦ ବର୍ଷ ସମୟ, ଟାର୍ଗେଟ ଥିଲା ୧୦୦: ହେଇ ସରିଲା କହୁଛି ଭୁବନେଶ୍ୱର, ରାଉରକେଲା

ଦେଶର ୧୦୦ଟି ସହରକୁ ‘ସ୍ମାର୍ଟସିଟି’ କରିବା ପାଇଁ ….

ନୂଆଦିଲ୍ଲୀ: ଦେଶର ୧୦୦ଟି ସହରକୁ ‘ସ୍ମାର୍ଟସିଟି’ କରିବା ପାଇଁ ୨୦୧୬ରେ ଏକ ପାଂଚବର୍ଷୀୟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା, କିନ୍ତୁ ଦଶବର୍ଷ ବିତିବା ଏବଂ ପ୍ରକଳ୍ପର ସମୟସୀମା ତିନିଥର ବୃଦ୍ଧି କରାଯିବା ସତ୍ୱେ ମାତ୍ର ୩୧ଟି ସହର ‘ସ୍ମାର୍ଟ’ ପଦବାଚ୍ୟ ହୋଇପାରିଛି। ୨୬ଟି ସହର ନିଜକୁ ‘ସ୍ମାର୍ଟ’ କହିବାକୁ ଆହୁରି ସମୟ ଲୋଡ଼ିଛନ୍ତି।

ଏକ ସୂଚନା ଅଧିକାର ଆବେଦନର ଜବାବରେ କେନ୍ଦ୍ର ଗୃହ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୪୩ଟି ସହରର ପ୍ରକଳ୍ପ ଶେଷ ହେବାକୁ ଯାଉଥିବା ବେଳେ ୨୬ଟି ସହରର ପ୍ରକଳ୍ପଗୁଡ଼ିକ ଅନ୍ତିମ ପର୍ଯ୍ୟାୟରେ। ମନ୍ତ୍ରଣାଳୟ ପ୍ରଥମେ ମିଶନର ସମୟସୀମା ଜୁନ୍‌ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ପରେ ତାକୁ ଜୁନ୍‌ ୩୦, ୨୦୨୪ ଏବଂ ତା’ ପରେ ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଡିସେମ୍ବର ୨୦୨୫ ସୁଦ୍ଧା, ପ୍ରାୟ ଦଶବର୍ଷ ମଧ୍ୟରେ ୫୮,୩୮୫ କୋଟି ଟଙ୍କା ବ୍ୟୟ ସହିତ ୩୧ଟି ସହରକୁ ପ୍ରକଳ୍ପ ଅଧୀନରେ ସ୍ମାର୍ଟସିଟି କରାଯାଇଛି।

ଆରଟିଆଇ ତଥ୍ୟ ମୁତାବକ ସ୍ମାର୍ଟସିଟି ମିଶନ ଅଧୀନରେ, ଚାରି ପର୍ଯ୍ୟାୟରେ ୨୮ଟି ରାଜ୍ୟ ଏବଂ ଆଠଟି କେନ୍ଦ୍ରଶାସିତ ଅଂଚଳରୁ ୧୦୦ଟି ମନୋନୀତ ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଚୟନ କରାଯାଇଥିଲା। ଜାନୁଆରୀ ୨୦୧୬ ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି, ମେ’ରୁ ସେପ୍‌ଟେମ୍ବର ୨୦୧୬ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୪୦ଟି, ଜୁନ ୨୦୧୭ରେ ତୃତୀୟ ପର୍ଯ୍ୟାୟରେ ୩୦ଟି ଏବଂ ଜାନୁଆରୀ ୨୦୧୮ ସୁଦ୍ଧା ୧୦ଟି ସହରକୁ ଚୟନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ସମଗ୍ର ସହରକୁ ବିକଶିତ କରିବା ନୁହେଁ, ବରଂ କ୍ଷେତ୍ରଭିତିକ ବିକାଶ ହାସଲ କରିବା ଥିଲା।

ଏହି ଯୋଜନା ଅଧୀନରେ, ପୁରୁଣା ଢାଂଚାକୁ ଭାଙ୍ଗି ନ ଦେଇ, ପୁନଃବିକାଶ ଏବଂ ସବୁଜ କ୍ଷେତ୍ର ସୃଷ୍ଟି ସମେତ ନୂତନ ମାନଦଣ୍ଡ ଅନୁଯାୟୀ ସେଗୁଡ଼ିକୁ ପ୍ରସ୍ତୁତ ନକରି, ଏକ ମଡେଲ ବିକଶିତ କରିବାକୁ ପଡିବ ଯାହାକୁ ଅନ୍ୟ ସହରଗୁଡ଼ିକ ମଧ୍ୟ ଗ୍ରହଣ କରିପାରିବେ। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଜୁନ୍‌ ୨୪, ୨୦୨୫ ସୁଦ୍ଧା, ମିଶନ ଅଧୀନରେ ଏହି ୧୦୦ଟି ସହରରେ ୧.୬୪ ଲକ୍ଷ କୋଟି ଟଙ୍କା ବ୍ୟୟରେ ୮୦୬୭ଟି ପ୍ରକଳ୍ପ (ମୋଟ ପ୍ରକଳ୍ପର ୯୪ ପ୍ରତିଶତ) ସମ୍ପୂର୍ଣ୍ଣ ହୋଇଛି।

‘ସ୍ମାର୍ଟ ସିଟି’ ଘୋଷିତ ୩୧ ଟି ସହର ଯଥାକ୍ରମେ ଅଗରତାଲା (୭୭ ଟି ପ୍ରକଳ୍ପ), ଆଗ୍ରା (୬୨), ଅଟଳ ନଗର (୫୨), ବରେଲି (୮୮), ଭୋପାଳ (୮୨), ଚଣ୍ଡିଗଡ଼ (୯୭), କୋଏମ୍ବାଟୁର (୭୨), ଦାହୋଦ (୩୬), ଏରୋଡ (୫୫), ଇନ୍‌ଦୋର (୨୩୧), ଜବଲପୁର (୧୩୦), ଝାନସି (୭୮), କୋହିମା (୪୦), ମଦୁରାଇ(୧୬), ମୁରାଦାବାଦ (୪୧), ପାଟନା (୩୪), ପୁଣେ (୫୫), ରାଜକୋଟ (୭୧), ରାଞ୍ଚି (୨୬), ସାଲେମ (୧୧୪), ଶିବମୋଗା (୧୧୨), ସୋଲାପୁର (୪୯), ସୁରଟ (୮୭), ତୁତୁକୋରିନ (୭୫), ତିରୁଚିରାପଲ୍ଲୀ (୮୩), ତିରୁନେଲଭେଲି (୮୧), ତିରୁନଭେଲି (୮୧), ତ୍ରିପୁରା (୨୮), ତୁମକୁରୁ(୨୧୭), ଉଦୟପୁର(୧୪୩), ଭଦୋଦରା (୫୨) ଏବଂ ବାରାଣସୀ (୧୧୭)। ଏହି ୩୧ଟି ସ୍ମାର୍ଟ ସିଟି ମଧ୍ୟରେ, ଯେଉଁ ସହରଗୁଡ଼ିକରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହୋଇଛି ସେଗୁଡ଼ିକ ମଧ୍ୟରେ ଇନ୍‌ଦୋର, ତ୍ରିପୁରା, ସୁରଟ, ବାରାଣସୀ, ଭୋପାଳ ଏବଂ ରାଜକୋଟ ଅନ୍ତର୍ଭୁକ୍ତ। ଇନ୍‌ଦୋର ୩୭୫୧ କୋଟି ଟଙ୍କା ସହାୟତାରେ ୨୩୧ଟି ପ୍ରକଳ୍ପ, ୨୮୩୩ କୋଟି ଟଙ୍କା ସହାୟତାରେ ତ୍ରିପୁରା ୨୮ଟି, ୨୬୯୪ କୋଟି ଟଙ୍କା ସହାୟତାରେ ସୁରଟ ୮୭ଟି, ୩୩୪୨ କୋଟି ଟଙ୍କା ସହାୟତାରେ ବାରାଣସୀ ୧୧୭ଟି, ୧୮୬୧ କୋଟି ଟଙ୍କା ସହାୟତାରେ ସାଲେମ ୧୧୪ଟି ଏବଂ ୧୩୮୧ କୋଟି ଟଙ୍କା ସହାୟତାରେ ଶିବମୋଗା ୧୧୨ଟି ପ୍ରକଳ୍ପ ଶେଷ କରିଛି।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ୩୧ଟି ସ୍ମାର୍ଟ ସିଟି ମଧ୍ୟରେ, ଯେଉଁ ସହରଗୁଡ଼ିକରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହୋଇଛି ସେଗୁଡ଼ିକ ମଧ୍ୟରେ ଇନ୍‌ଦୋର, ତ୍ରିପୁରା, ସୁରଟ, ବାରାଣସୀ, ଭୋପାଳ ଏବଂ ରାଜକୋଟ ଅନ୍ତର୍ଭୁକ୍ତ। ଇନ୍‌ଦୋର ୩୭୫୧ କୋଟି ଟଙ୍କା ସହାୟତାରେ ୨୩୧ଟି ପ୍ରକଳ୍ପ, ୨୮୩୩ କୋଟି ଟଙ୍କା ସହାୟତାରେ ତ୍ରିପୁରା ୨୮ଟି, ୨୬୯୪ କୋଟି ଟଙ୍କା ସହାୟତାରେ ସୁରଟ ୮୭ଟି, ୩୩୪୨ କୋଟି ଟଙ୍କା ସହାୟତାରେ ବାରାଣସୀ ୧୧୭ଟି, ୧୮୬୧ କୋଟି ଟଙ୍କା ସହାୟତାରେ ସାଲେମ ୧୧୪ଟି ଏବଂ ୧୩୮୧ କୋଟି ଟଙ୍କା ସହାୟତାରେ ଶିବମୋଗା ୧୧୨ଟି ପ୍ରକଳ୍ପ ଶେଷ କରିଛି।

୍ରଅଧାପନ୍ତରିଆ ସ୍ମାର୍ଟସିଟି ତାଲିକାରେ ରହିଛି ବିଶାଖାପାଟଣା (ଦୁଇଟି), ଗୌହାଟୀ (ଗୋଟିଏ), ଭାଗଲପୁର (ଗୋଟିଏ), ପାଣାଜୀ (ଚାରିଟି), ଅହମ୍ମଦାବାଦ (ଗୋଟିଏ), ଗାନ୍ଧୀନଗର (ଦୁଇଟି), ସିମଲା (ତିନିଟି), ଜମ୍ମୁ (ଚାରିଟି), ବେଙ୍ଗାଲୁରୁ (ଗୋଟିଏ), ଦାଭାଙ୍ଗେରେ (ଗୋଟିଏ), ହୁବଲି-ଧାରୱାଡ (ଦୁଇଟି), କୋଚି (ଦୁଇଟି), ଥିରୁବନନ୍ତପୁରମ (ତିନିଟି), କଭାରାର୍ତିି (ଚାରିଟି), ଗ୍ୱାଲିୟର (ଚାରିଟି), ସାଗର (ଦୁଇଟି), ଉଜ୍ଜୟିନୀ (ତିନିଟି), ଔରଙ୍ଗାବାଦ (ଦୁଇଟି), କଲ୍ୟାଣ ଡୋମ୍ବିଭାଲି (ତିନିଟି), ନାସିକ (ଦୁଇଟି), ପିମ୍ପରି-ଚିଞ୍ଚୱାଡ (ଗୋଟିଏ), ଥାନେ (ଦୁଇଟି), ଇମ୍ଫାଲ (ଚାରିଟି) ଏବଂ ଶିଲଙ୍ଗ (ତିନିଟି) ଅନ୍ତର୍ଭୁକ୍ତ।

ଗୃହ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏଗୁଡ଼ିକ ବ୍ୟତୀତ, ‘ସ୍ମାର୍ଟ ସିଟି ମିଶନ’ ଭୁବନେଶ୍ୱର (ଗୋଟିଏ), ରାଉରକେଲା (ଦୁଇଟି), ଅମୃତସର (ତିନିଟି), ଜଳନ୍ଧର (ଚାରିଟି), ଆଜମେର (ଗୋଟିଏ), ଜୟପୁର (ଦୁଇଟି), କୋଟା (ଗୋଟିଏ), ଗ୍ୟାଙ୍ଗଟକ୍‌ (ତିନିଟି), ନାମଚି (ଦୁଇଟି), ଚେନ୍ନାଇ (ଗୋଟିଏ), ତାଞ୍ଜାଭୁର (ଗୋଟିଏ), ଭେଲୋର (ଗୋଟିଏ), ଆଲିଗଡ଼ (ଗୋଟିଏ), କାନପୁର (ଗୋଟିଏ), ଲକ୍ଷେ୍ନø (ଗୋଟିଏ), ପ୍ରୟାଗରାଜ (ଗୋଟିଏ), ସାହାରନପୁର (ଦୁଇଟି), ଡେରାଡୁନ (ଗୋଟିଏ), ନ୍ୟୁ ଟାଉନ୍‌ କୋଲକାତା (ଗୋଟିଏ)ରେ ସମାପ୍ତ ହେବାକୁ ଯାଉଛି।

ଯେଉଁ ସହରଗୁଡ଼ିକରେ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବାକୁ ଆହୁରି ସମୟ ଲାଗିବ ସେଗୁଡ଼ିକ ମଧ୍ୟରେ ପୋର୍ଟ ବ୍ଲେୟାର (ନଅ), କାକିନାଡା (୧୨), ତିରୁପତି (୧୨), ଇଟାନଗର (ସାତ), ପାସିଘାଟ (ପାଂଚ), ବିହାରଶରିଫ (ପାଂଚ), ଶ୍ରୀନଗର (ପାଂଚ), ବିଳାସପୁର (୧୧), ରାୟପୁର (ଛାତ), ସିଲଭାସା (୧୭), ଦିଉ (ନଅ), ଦିଲ୍ଲୀର ଏନଡିଏମସି (ଛାତ), ଫରିଦାବାଦ (୧୨), କର୍ଣ୍ଣାଲ (୧୦), ଧର୍ମଶାଳା (୧୬), ମାଙ୍ଗାଲୁରୁ (ନଅ), ସତନା (ପାଂଚ), ନାଗପୁର (ସାତ), ଆଇଜଲ (୧୩), ପୁଡୁଚେରୀ (୧୦), ଲୁଧିଆନା (ଆଠ), ଗ୍ରେଟର ୱାରାଙ୍ଗଲ (୧୬) ଏବଂ କରିମନଗର (୧୨) ଅନ୍ତର୍ଭୁକ୍ତ।