ରାଜ୍ୟରେ ଆଉ ୧୩ ଜୀବନ ନେଲା କରୋନା


ଭୁବନେଶ୍ୱର (ଏସ ନ୍ୟୁଜ ): ରାଜ୍ୟରେ କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୭୨ରେ ପହଞ୍ଚି ଯାଇଛି।

ତେବେ ଆଜି ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ାରୁ ୩, କେନ୍ଦୁଝର ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ, ମାଲକାନଗିରି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ରାଜ୍ୟରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଅବଶିଷ୍ଟ ୫୧୮ ସ୍ଥାନୀୟ ଅଞ୍ଚଳ ରହିଛନ୍ତି ।

ଅନୁଗୋଳରୁ ୬୯, ବାଲେଶ୍ୱରରୁ ୨୩, ବରଗଡ଼ରୁ ୩୨, ଭଦ୍ରକରୁ ୭, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୩୭, କଟକରୁ ୧୦୫, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୪୦, ଗଂଜାମରୁ ୧୭, ଜଗତସିଂହପୁରରୁ ୫୪, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୪୯, କେନ୍ଦୁଝରରୁ ୪୧, ଖୋର୍ଦ୍ଧାରୁ ୨୦୬, କୋରାପୁଟରୁ ୨୬, ମାଲକାନଗିରିରୁ ୧୧, ମୟୂରଭଂଜରୁ ୭୧, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩୮, ପୁରୀରୁ ୨୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୨୪, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୯୬, ଷ୍ଟେଟ୍‌ ପୁଲରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ୨୮୩୯୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୬୬୧୦୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୬୫୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଚିକିତ୍ସିତ ଓ ହୋମ୍‌ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଛନ୍ତି। ୫୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।