ଗୁଜରାଟ ଉପ-ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ

ନୂଆଦିଲ୍ଲୀ : ୮ ବିଧାନସଭା ଆସନ ପାଇଁ ନଭେମ୍ବର ୩ରେ ଗୁଜରାଟ ଉପନିର୍ବାଚନ ଅଛି। ନିର୍ବାଚନୀ ପ୍ରଚାର ସମୟରେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଉପରୁ କେହି ଜଣେ ଜୋତା ଫିଙ୍ଗିଛନ୍ତି।

ସୂଚନା ଅନୁସାରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ସେ କର୍ଜନ ଯାଇଥିଲେ। ଭାଷଣ ପରେ ସେ କିଛି ଲୋକଙ୍କ ସହ କଥାବାର୍ତା ହେଉଥିଲେ, ଅଚାନକ ତାଙ୍କ ଉପରକୁ କେହି ଜୋତା ପିଙ୍ଗିଥିଲେ। ବଡ଼ାଦରା ପୋଲିସ୍ ନୀତିନଙ୍କ ଉପରୁ ଚପଲ ମାଡ଼ କରିଥିବା ସମ୍ପୃକ୍ତ ବ୍ୟକ୍ତିକୁ ଖୋଜୁଛି।

କୁହାଯାଉଛି କି ଗଣାମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ବେଳେ ତାଙ୍କ ଉପରକୁ ଜୋତା ମାଡ କେହି କରିଥିଲେ । ଚପଲ ଏମିତି ଫିଙ୍ଗାଯାଇଛି ଯେ ନୀତିନଙ୍କ ମୁହଁ ପାଖ ଦେଇ ଯାଇଛି। ନଭେମ୍ବର ୩ରେ ମତଦାନ ଥିବାରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସମେତ ବିଜେପିର ତମାମ ବଡ଼ ବଡ଼ ନେତା ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ଏ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଦଳିତ ନେତା ଜିଗନେଶ ମେଓ୍ବାନି।