ଗଣିଆ -ବାହାରୁ ଚାଳ କୂଡିଆ ଦେଖା ଯାଉଥିବା ଏକ ପରିତ୍ୟକ୍ତ ଘରୁ ଗଣିଆ ବନବିଭାଗ ତରଫରୁ ଚଢାଉ କରାଯାଇ ୧୭୫ ଖଣ୍ଡ କାଠ ପଟ୍ଟା ଜବତ କରାଯାଇଥିବା ଜଣାପଡ଼ିଛି । ଗଣିଆ ବ୍ଳକ ଆଡକଟା ପଞ୍ଚାୟତ କାଳିକାପ୍ରସାଦ ଠାରେ ଚୋରାରେ କାଠପଟ୍ଟା ଚିରା ହୋଇ ବିକ୍ରି କରାଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜର ସୁମନ ମାଝି, ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟ ଗାର୍ଡ ଧରଣୀଧର ନାୟକ ,କୁନି ଓଝା, ବୈଷ୍ଣବି ନାୟକ ଏବଂ ପାରା ଷ୍ଟାଫ୍ ଓ ମୋବାଇଲ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି କାଠ ଗୁଡ଼ିକୁ ଜବତ କରି ଗଣିଆ ବନବିଭାଗ ପରିସରକୁ ଆଣିଥିଲେ ।
ସେଠାରେ ମାପଚୁପ କରିବା ପରେ କାଠ ଗୁଡିକ କଷି,କୁରୁମ,ଗମ୍ଭାରି ,ଶାଗୁଆନ, ବୋଲି ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ଉକ୍ତ ଘଟଣାରେ କାହାକୁ ଗିରଫ କରାଯାଇନଥିବା ବେଳେ ଏଥିରେ ସଂପୃକ୍ତ ଯୁବକ ଅନ୍ୟ ଏକ ମାମଲାରେ ଜେଲରେ ଥିବା ଜଣାପଡିଛି । ଗ୍ରାମର ଜଣେ ବିଧବା ମହିଳାଙ୍କ ନାତି ସାଗର ଦାଶ ବାଣପୁର ଅଞ୍ଚଳର ଏହି ଚୋରା ବେପାର କରୁଥିବା ଫରେଷ୍ଟର ପ୍ରକାଶ କରିଛନ୍ତି ।