ଭୁବନେଶ୍ଵର (ଏସ ନ୍ୟୁଜ ): ଗଭୀର ଅବପାତ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। କଟକ ବାଙ୍କୀରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛି । ବାଙ୍କୀ ଦୋଲଣାପୁର ପଞ୍ଚାୟତରେ ଘଟିଛି ଏହି ଅଘଟଣ ।
ସକାଳେ ବିଲରେ କାମ କରିବା ବେଳେ ବର୍ଷା ହେବାରୁ ସମସ୍ତ ଏକ ଗଛ ତଳେ ଆଶ୍ରୟ ନେବା ବେଳେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇପଡ଼ିଥିଲେ । ସମସ୍ତଙ୍କୁ ତୁରନ୍ତ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଛି ।
ବଜ୍ରାଘାତରେ ପ୍ରାଣ ହରାଇଥିବା ମୃତକ ମାନେ ହେଲେ ରମେଶ ସାହୁ ଓ ଗତିକୃଷ୍ଣ ପରିଡା । ଗୁରୁତରମାନେ ହେଲେ ଶତ୍ରୁଘ୍ନ ମନ୍ତରୀ, କୃପାସିନ୍ଧୁ ରାଉତ, ସୁମନ୍ତ ମନ୍ତରୀ ।