୨୩ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ କାର୍ଡ

ଆଡମିଟ କାର୍ଡ ଛାତ୍ରଛାତ୍ରୀମାନେ ଡାଉନଲୋଡ କରିପାରିବେ ବୋଲି ସୂଚନା ପ୍ରଦାନ କାଯାଇଛି…

ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୩ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଆଜି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ନଭେମ୍ବର ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ଏବଂ ଏହାପରେ ଥିଓରି ପରୀକ୍ଷା ହେବ। ଅପରପକ୍ଷରେ ଆଜିଟାରୁ ବୋର୍ଡର ୱେବସାଇଟରୁ ଆଡମିଟ କାର୍ଡ ଛାତ୍ରଛାତ୍ରୀମାନେ ଡାଉନଲୋଡ କରିପାରିବେ ବୋଲି ସୂଚନା ପ୍ରଦାନ କାଯାଇଛି।