ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ନଭେମ୍ବର ୧୦ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ….

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିବା ବେଳେ, ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ । ନଭେମ୍ବର ୧୦ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

ସେହିପରି ନଭେମ୍ବର ୧୭ ତାରିଖ​‌ରେ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବାର ତାରିଖର ଶେଷ ଦିନ ରହିଛି । ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୧ ତାରିଖରେ ପ୍ରାର୍ଥୀ ମାନେ ପ୍ରାର୍ଥିପତ୍ର ପତ୍ୟାହର କରିବା ନେଇ ଶେଷ ତାରିଖ ବୋଲି କୁହାଯାଇଛି । ଡିସେମ୍ବର ୫ ତାରିଖରେ ଭୋଟିଂ ଥିବା ବେଳେ, ୮ ତାରିଖରେ ଭୋଟ୍‌ ଗଣତି କରାଯିବ ।