ପଦ୍ମପୁର: ପଦ୍ମପୁର ସ୍କୁଲ ପଡିଆ ରେ ବୁଧବାର ଶହୀଦ ରଘୁନାଥ ମାହାତୋ ଙ୍କର ୨୪୫ ତମ ଶହୀଦ ଦିବସ ପାଳନ କରାଯାଇଛି । ଏଥିରେ ଓଡିଶା କୁଡୁମୀ ସେନା ର ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇ ଥିଲେ।ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଥମେ ରଘୁନାଥ ମାହାତୋ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ବଳନ କରି ସ୍ମୃତି ଚାରଣ କରିଥିଲେ, ଯୋଗଦେଇ ଶହୀଦ ଙ୍କ ଜୀବନୀ ଉପରେ ଅଭିଭାଶଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଅଲ ଇଣ୍ଡିଆ କୁଡୁମୀ ସେନା ସଭାପତି ଅଶୋକ ମହାନ୍ତ ଯୋଗଦେଇ। ତେବେଳେ କୁଡୁମି ସମ୍ପ୍ରଦାୟର ଲୋକମାନେ ଇଂରେଜ ମାନଙ୍କ ବିରୋଧ ରେ ବିଦ୍ରୋହ ଘୋଷଣା କରିଦେଲେ। ସେ ବିଦ୍ରୋହ କୁ ଐତିହାସକାର ମାନେ ଚୂହାଡ଼ ବିଦ୍ରୋହ ନାମ ରେ ନାମିତ କଲେ। ଏହି ବିଦ୍ରୋହ ୧୭୬୫ ମସିହାରୁ ସହୀଦ ରଘୁନାଥ ମାହାତୋ ଙ୍କ ନେତୃତ୍ୱରେ ଉଗ୍ରରୂପ ନେଇଥିଲା।ପରିଶେଷରେ ବ୍ରିଟିଶ ସରକାର ବିଦ୍ରୋହ ର ଦମନଲୀଳା ଆରମ୍ଭ କରିଥିଲେ। ୧୭୭୮ ମସିହାରେ ମାର୍ଚ୍ଚ ୫ ତାରିଖ ରେ ବିଦ୍ରୋହୀ ମାନେ ରାଞ୍ଚି ନିକଟସ୍ଥ ସିଲି ର କିତାଲୋଟା ଠାରେ ଇଂରେଜ ସରକାରଙ୍କ ବିରୋଧ ରେ ଜଙ୍ଗଲ ମଧ୍ୟରେ ସଭା କରୁଥିବା ବେଳେ ବ୍ରିଟିଶ ଫଉଜ ଚତୁର୍ଦିଗ ରୁ ଘେରି ଆଖିବୁଜା ଗୁଳି ବର୍ଷଣ କରିଥିଲେ ।
ଏଥିରେ ଶତାଧିକ ବିଦ୍ରୋହୀ ଶହୀଦ ହୋଇଥିବା ବେଳେ ବିଦ୍ରୋହ ର ମହାନାୟକ କ୍ରାନ୍ତୀବିର ରଘୁନାଥ ମାହାତୋ ମଧ୍ୟ ଶହୀଦ ହୋଇଯାଇଥିଲେ। ଏହାକୁ ଅନେକ ଐତିହାସିକ ପ୍ରଥମ ଇଂରେଜ ବିରୋଧୀ ବିଦ୍ରୋହ ବୋଲି ମତ ପୋଷଣ କରିଥିବା ବେଳେ ଶହୀଦ ଙ୍କ ବାଳିଦାନ ଓ ସ୍ମୃତି କୁ ଘରେ ଘରେ ପହଞ୍ଚାଇବା ପାଇଁ କୁଡୁମିସେନା ର ଏକ ପ୍ରୟାସ ବୋଲି ନିଜ ଅଭିଭାଷଣ ରେ କହିଥିଲେ।ସମ୍ମାନିତ ଅତିଥି ଭାବରେ ଓଡିଶା କୁଡୁମୀ ସେନାର ରାଜ୍ୟ ସଭାପତି ଦିବ୍ୟ ସିଂ ମହାନ୍ତ ଉପସଭାପତି ମିତ୍ରଭାନୁ ମହାନ୍ତ, କୋଷାଧ୍ୟକ୍ଷ ଲମ୍ବୋଦର ମହାନ୍ତ, ସାଧାରଣ ସମ୍ପାଦକ ବିଶ୍ଵଜିତ ମହାନ୍ତ ,ପାଟଣା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ସଦର ବ୍ଲକ ର ଲୀଳାବତୀ ମହାନ୍ତ, ବଡ଼ବିଲ ମ୍ୟୁନିସିପାଲିଟି ଚେୟାରମେନ୍ ଲକ୍ଷ୍ମଣ ମହାନ୍ତ, ନିର୍ମଳ ମହାନ୍ତ, ଅଞ୍ଜନା ମାହାତୋ, ଲଛମନ ମହାନ୍ତ,ନବୀନ କିଶୋର ମହାନ୍ତ, ମନୋଜ କୁମାର ମହାନ୍ତ, ସବିତା ମହାନ୍ତ,କ୍ଷୀରୋଦ ଚନ୍ଦ୍ର ମହାନ୍ତ,ଛୋଟଲାଲ ମହାନ୍ତ ପ୍ରମୁଖ ଯୋଗଦେଇ ଥିଲେ।