ବଢୁଛି ଦିନ ତାପମାତ୍ରା: ରାଜଧାନୀରେ ୧୧ ସୁଦ୍ଧା ୩୭.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ବଢିବ ଦିନ ତାପମାତ୍ରା। ଆଗାମୀ ୨ ରୁ ୩ଦିନରେ ୨ ରୁ ୩ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ନେଇ ରହିଛି ସମ୍ଭାବନା। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବରେ ବଢିବ ତାପମାତ୍ରା। ଏନେଇ ଆଜି ଭୁବନେଶ୍ୱର ପାଣିପାଗ ବିଭାଗର ପକ୍ଷରୁ ସୂଚନା ମିଳିଛି।
ଏହାସହ ଆଜି ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ତାତିର ପ୍ରଭାବ ରହିଛି। ଦିନ ୧୧ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଭଳି ଝାରସୁଗୁଡାରେ ମଧ୍ୟ ୩୭.୨ ଡିଗ୍ରୀ ରେକର୍ଡ ହୋଇଛି। ଚାନ୍ଦବାଲି ୩୭, ବାଲେଶ୍ୱର ଓ ସମ୍ବଲପୁର ୩୬ ଡିଗ୍ରୀ, ହୀରାକୁଦ ୩୫.୪,କେନ୍ଦୁଝର ଓ ଗୋପାଳପୁର ୩୫ ଡିଗ୍ରୀ ରେକର୍ଡ ହୋଇଛି। ଏହାସହ ସକାଳ ସାଢେ ୮ଟାରେ ଭୁବନେଶ୍ୱରରେ ପାରଦ ୩୧ ଡିଗ୍ରୀ ରହିଥିଲା।