ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୬ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଯିବେ । ୩ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ୪ ତାରିଖରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ୧୫ ଜଣ ବିଧାୟକ, କଂଗ୍ରେସର ୩, ବିଜେପିର ୬ ଏବଂ ସିପିଆଇର ଜଣେ ବିଧାୟକ ଏହି ଗସ୍ତରେ ସାମିଲ ହେବେ ।
ଆହୁରି ପଢ଼ନ୍ତୁ...
ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକମାନଙ୍କର ଗସ୍ତ ଖର୍ଚ୍ଚ ବହନ କରାଯିବ । ଗତକାଲି ଠାରୁ ଶେଷ ହୋଇଛି ବିଧାନସଭାର ବଜେଟ୍ ଅଧିବେସନ । ଜୁଲାଇ ୨ ତାରିଖରେ ଆରମ୍ଭ ହୋଇ ଏହି ଅଧିବେସନ ୪ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ଗୃହରେ କୌଣସି କାର୍ଯ୍ୟ ନଥିବାରୁ ୩ ଦିନ ପୂର୍ବରୁ ଶେଷ କରିଦିଆଯାଇଛି । ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭା ଅଧିବେଶନ ଆଗୁଆ ଶେଷ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଶାସକ ଦଳ ସହ ବିରୋଧୀ ଏହାକୁ ସମର୍ଥନ କରିଥିଲେ ।